ସମ୍ବଲପୁର: ମହାନଦୀ ଦ୍ବିତୀୟ ବ୍ରିଜ ତଳେ ମାଛ ମାରୁଥିବା ସ୍ଥାନୀୟ ହୀରାକୁଦ କଲୋନୀର ଜଣେ ଯୁବକ ମହାନଦୀରେ ଭାସି ଯାଇଥିଲେ। ତେବେ ଏନେଇ ସୂଚନା ମିଳିବା ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ମିଳିଥିବା ସୂଚନା ମୁତାବକ, ହୀରାକୁଦ କଲୋନୀର ଶ୍ୟାମ ସୁନ୍ଦର ଦୀପ(୩୦) ଆଜି ଅପରାହ୍ଣ ୫ଟା ବେଳେ ମାଛ ମାରିବାକୁ ଚାଲି ଚାଲି ବ୍ରିଜ ତଳକୁ ଯାଇଥିଲେ। ତେବେ ଉକ୍ତ ସ୍ଥାନରେ ପାଣିର ସୁଅ ଥିବାରୁ ଶ୍ୟାମ ସୁନ୍ଦର ଭାସିଯାଇଥିଲେ। ଏହା ଦେଖି ବ୍ରିଜ ଉପରେ ଥିବା ଲୋକ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗର ଶରତ ସାହୁଙ୍କ ନେତୃତ୍ବରେ ସୁଶାନ୍ତ ନାଥ, ଗୋପୀ ସାହୁ ଓ ବିକାଶ ସାହୁ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ଦେଢ଼ ଘଣ୍ଟାର କସରତ ପରେ ଶ୍ୟାମଙ୍କୁ ଉଦ୍ଧାର କରିଥିଲେ। ତେବେ ଘଟଣାସ୍ଥଳରେ ଟାଉନ୍ ଥାନା ପୁଲିସ ମଧ୍ୟ ଉପସ୍ଥିତ ରହି ପରିସ୍ଥିତି ଅନୁଧ୍ୟାନ କରିଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us