ଆମ୍ବୁଲାନ୍ସ ଯିବାକୁ ରାସ୍ତା ନାହିଁ, ରୋଗୀଙ୍କୁ ଦେଢ଼ କିଲୋମିଟର ବୋହିଲେ କର୍ମଚାରୀ

ଆମ୍ବୁଲାନ୍ସ ଯିବାକୁ ରାସ୍ତା ନାହିଁ, ରୋଗୀଙ୍କୁ ଦେଢ଼ କିଲୋମିଟର ବୋହିଲେ କର୍ମଚାରୀ

ଯୁଯୁମୁରା: ସ୍ଵାଧୀନତାର ୭୬ ବର୍ଷ ପରେ ବି ଗାଁକୁ ରାସ୍ତା ଖଣ୍ଡିଏ ନାହିଁ। କେହି ଅସୁସ୍ଥ ହେଲେ ଗାଁ ଭିତରକୁ ଆମ୍ବୁଲାନ୍ସ ବି ପଶିପାରୁନି। ଫଳରେ ରୋଗୀଙ୍କୁ ବୋହି ସମ୍ପର୍କୀୟ ଓ ଆମ୍ବୁଲାନ୍ସ କର୍ମଚାରୀ ଅଗମ୍ୟ ରାସ୍ତାରେ ଆସିବା ପରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚୁଛନ୍ତି। ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଯୁଯୁମୁରା ପଞ୍ଚାୟତ ମହାଜନନାଲିରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଗ୍ରାମର ସୁଲୁଗା ଲୁଗୁନଙ୍କ ପତ୍ନୀ ସଞ୍ଜିତା ଲୁଗୁନ (୩୦) ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ସକାଳ ୧୧ଟା ୧୦ ବେଳେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ।

ଯୁଯୁମୁରାର ୧୦୮ ଆମ୍ବୁଲାନ୍ସ ଉପଲବ୍ଧ ନଥିବାରୁ କେଶାପାଲିରୁ ଆମ୍ବୁଲାନ୍ସ ଆସି ପହଞ୍ଚିଥିଲା। ଯୁଯୁମୁରାରୁ ବ୍ରାହ୍ମଣୀନାଲି ଗ୍ରାମ ଯାଏ ସଡ଼କ ରହିଛି। କିନ୍ତୁ ତା’ ପରଠାରୁ ରାସ୍ତା ଯାତାୟାତ ଉପଯୋଗୀ ନଥିବାରୁ ଆମ୍ବୁଲାନ୍ସ ଯାଇ ପାରି ନଥିଲା। ଶେଷରେ ଆମ୍ବୁଲାନ୍ସ କର୍ମଚାରୀ ଅନିଲ ପ୍ରଧାନ, ସୁବାସ ପ୍ରଧାନ ଓ ସମ୍ବିତ ସାହୁ ଷ୍ଟ୍ରେଚର ନେଇ ଗାଁକୁ ଯାଇ ସମ୍ପର୍କୀୟଙ୍କ ସହାୟତାରେ ରୋଗୀଙ୍କୁ ବୋହି ବୋହି ଆଣିଥିଲେ। ଅପନ୍ତରା ପାଦଚଲା ରାସ୍ତାରେ ପ୍ରାୟ ୪୫ ମିନିଟ ଚାଲିବା ପରେ ସଞ୍ଜିତାଙ୍କୁ ଆମ୍ବୁଲାନ୍ସ ଯାଏ ଅଣାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦିନ ୧.୧୪ମି.ରେ ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe