ବସ୍ ହେଲପରଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ, ଗୁରୁତର ଅବସ୍ଥାରେ ବୁର୍ଲା ଭିମସାରରେ ଭର୍ତ୍ତି

ଘରୋଇ ବସ୍ କର୍ମଚାରୀଙ୍କ ଆନ୍ଦୋଳନ

ବସ୍ ହେଲପରଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ, ଗୁରୁତର ଅବସ୍ଥାରେ ବୁର୍ଲା ଭିମସାରରେ ଭର୍ତ୍ତି

www.vimsar.ac.in

ସମ୍ବଲପୁର: ସମ୍ବଲପୁର ସହରର ଅଇଁଠାପାଲି ଘରୋଇ ବସଷ୍ଟାଣ୍ଡ ପରିସରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଦୁଇଜଣ ଦୁର୍ବୃତ୍ତ ରାତି ପ୍ରାୟ ୨ଟା ବେଳେ ଜଣେ ବସ୍ ହେଲପରଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ସେଦୁହେଁ ହେଲପରଙ୍କଠାରୁ ମୋବାଇଲ୍ ଓ ଟଙ୍କା  ଛଡ଼ାଇବାକୁ ଉଦ୍ୟମ କରିଥିଲେ। ଏହି ଆକ୍ରମଣରେ ହେଲପର ଗୁରୁତର ହୋଇଥିଲେ। ଜୋରରେ ସେ ଚିତ୍କାର କରିବାରୁ ସେଠାରେ ଉପସ୍ଥିତ ଅନ୍ୟ ବସ୍‌ କର୍ମଚାରୀ ତାଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଗୁରୁତର ବସ୍ ହେଲପରଙ୍କ ନାମ ଭୁବନ ବେହେରା ବୋଲି ଜଣାଯାଇଛି।

ଏଣେ ଅଭିଯୁକ୍ତଙ୍କ ଗିରଫ ଦାବିରେ ଘରୋଇ ବସ୍ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହାଫଳରେ ଘରୋଇ ବସ୍‌ ଚଳାଚଳ ବନ୍ଦ ରହିଛି। ଯାତ୍ରୀମାନେ ସେଠାରେ ହନ୍ତସନ୍ତ ହେଉଥିବାର ପରିଲକ୍ଷିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe