ଷ୍ଟ୍ରେଚର୍‌ରେ ବୁହା ହେଉଛି ଇଟା

Advertisment
ଷ୍ଟ୍ରେଚର୍‌ରେ ବୁହା ହେଉଛି ଇଟା

ଯଯୁମୁର: ରାଜ୍ୟର ସ୍ବାସ୍ଥ୍ୟ ବ୍ୟବସ୍ଥା ଯେ କେଉଁସ୍ତରରେ ପହଞ୍ଚିଲାଣି ତାହାର ଅନେକ ଉଦାହରଣ ରହିଛି। ଯେମିତିକି ଏଠାରେ ‌ରୋଗୀଙ୍କୁ ଖଟିଆରେ ବୁହା ହେଉଛି। ବେଳେ ବେଳେ ରୋଗୀଙ୍କୁ ମେଡିକାଲ୍‌ ପର୍ଯ୍ୟନ୍ତ ନେବାକୁ ଆମ୍ବୁଲାନ୍‌ସ ମିଳୁନି। ସେପରି କ୍ଷେତ୍ରରେ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଷ୍ଟ୍ରେଚର୍‌ରେ ଇଟା ବୁହାହେଉଛି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଯୁଯୁମୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ। ଇଟା ବୋହିବାକୁ କିଏ ଅନୁମତି ଦେଇଛି ତାହାକୁ ନେଇ ସାଧାରଣର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପରି ଏକ ଭିଡିଓ ସାମାଜିକ ଗଣମାଧ୍ୟରେ ପ୍ରଚାରିତ ହେବା ପରେ ସାଧାରଣରେ ଅନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ ଏବେ ‌ଯୁଯୁମୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କିଛି ଉନ୍ନତୀକରଣ କାମ ଚାଲିଛି। ଏହି ସମୟରେ ସେଠାରେ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଷ୍ଟ୍ରେଚର୍‌ରେ ସେଠାରେ କାମ କରୁଥିବା ଶ୍ରମିକ ଇଟା ବୋହୁଥିଲେ। ଏହାର ଭିଡିଓ ଉତ୍ତୋଳନ କରିବା ପରେ କେହି ସାମାଜିକ ଗଣମାଧ୍ୟମରେ ଛାଡ଼ି ଦେଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ନିର୍ମାଣ କାମରେ ଷ୍ଟେଚର୍ ବ୍ୟବହାର କରିବାକୁ କିଏ ଅନୁମତି ଦେଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଏ ନେଇ ଯୁଯୁମୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡା. ପ୍ରମୋଦ ସାହୁଙ୍କୁ ଯୋଗାଯୋଗ କରିବାରୁ ସେ କହିଥି‌ଲେ, ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ଏକ ଭିଡିଓ ଦେଖିବାକୁ ମିଳୁଛି। ଯଦି ଘଟଣା ସତ ହୋଇଥାଏ ତେବେ ଏହାର ତଦନ୍ତ କରାଯିବ ବୋଲି ଡା. ସାହୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe