ବୁର୍ଲା ଭିମସାର ଜେଡିଏସ୍‌ ଆନ୍ଦୋଳନ ପ୍ରସଙ୍ଗ: ଅପରେସନ୍‌ କରିବେନି ନିର୍ଦ୍ଦେଶକ ଅଶ୍ୱିନୀ ପୂଜାରୀ

Advertisment
ବୁର୍ଲା ଭିମସାର ଜେଡିଏସ୍‌ ଆନ୍ଦୋଳନ ପ୍ରସଙ୍ଗ: ଅପରେସନ୍‌ କରିବେନି ନିର୍ଦ୍ଦେଶକ ଅଶ୍ୱିନୀ ପୂଜାରୀ

ସମ୍ବଲପୁର: ବୁର୍ଲା ଭିମ୍‌ସାର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀ ଶୁକ୍ରବାର କହିଛନ୍ତି, ସେ  ଆଉ ଅପରେସନ୍‌ କରିବେ ନାହିଁ। ଲୁଣ ଚିକିତ୍ସା ମାମଲାରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ହେବା ପରେ ସେ ନିଜ ଆଡୁ  ସର୍ଜରୀ ବିଭାଗର ମୁଖ୍ୟଙ୍କୁ ଚିଠି ଲେଖି ଜଣାଇଛନ୍ତି। ଏଥି ସହିତ ଅଶ୍ୱିନୀ ପୂଜାହାରୀ ସର୍ଜରୀ ୟୁନିଟ-୧ର ଦାୟିତ୍ୱ ମଧ୍ୟ ଛାଡ଼ିଛନ୍ତି। ଲୁଣ ଥେରାପି ଚିକିତ୍ସା ସଂପର୍କିତ ଭିଡିଓ ଭାଇରାଲ ହେବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ପରେ ୪ ଜଣିଆ ଟିମ ଘଟଣାର ତଦନ୍ତ କରିଥିଲେ।

ଅଶ୍ୱିନୀ କହିଛନ୍ତି, ତାଙ୍କୁ ବିରୋଧ କରି ଯେଉଁ ଜୁନିଅର ଡାକ୍ତରମାନେ ଆନ୍ଦୋଳନ କରୁଛନ୍ତି, ତାହା ବନ୍ଦ କରନ୍ତୁ। ଜୁନିଅର ଡାକ୍ତରମାନେ ବିଜୟୀ ହୋଇଛନ୍ତି। ଭିମ୍‌ସାରରେ ଯେପରି ଡାକ୍ତରୀ ଚିକିତ୍ସାରେ ଅବହେଳା ନହୁଏ, ସେଥିପ୍ରତି ଜୁନିଅର ଡାକ୍ତର ଦୃଷ୍ଟି ଦିଅନ୍ତୁ।

ସୂଚନାଯୋଗ୍ୟ ନିକଟରେ ଭିମ୍‌ସାର ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀଙ୍କ ପରୀକ୍ଷାନିରୀକ୍ଷା ଏବଂ ଅସ୍ତ୍ରୋପଚାର ବେଳେ ଲୁଣ ପ୍ରୟୋଗ କରିଥିବାର ଭିଡ଼ିଓ ଭାଇରାଲ ହୋଇଥିଲା।

ଜୁନିଅର ଡାକ୍ତର ସଂଘ (ଜେଡିଏସ୍‌) ରାଜ୍ୟ ଗୁରୁବାର ସରକାରଙ୍କୁ ୪୮ ଘଣ୍ଟା ମହଲତ ଦେଇଥିଲା। କଟକରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଭିମ୍‌ସାର, ଏସ୍‌ସିବି ଏବଂ ଏମ୍‌କେସିଜି କନିଷ୍ଠ ଡାକ୍ତର ଯୋଗଦେଇଥିଲେ। ଜୁନିଅର ଡାକ୍ତର ସଂଘ ଚେତାବନୀ ଦେଇଥିଲା ଯେ, ୪୮ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe