ପୋଲିଂ କର୍ମଚାରୀଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ, ୨ ଗୁରୁତର

ପୋଲିଂ କର୍ମଚାରୀଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ, ୨ ଗୁରୁତର

କୁଚିଣ୍ଡା: ପୋଲିଂ ସାରି ଇଭିଏମ ଓ ଭିଭିପାଟ ଧରି ଫେରିବା ବେଳେ ସମ୍ବଲପୁର ଜମନକିରା ଥାନା ବଡ଼ରମା ବୁଲାଣିଠାରେ କର୍ମଚାରୀଙ୍କ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୮ ଜଣ କର୍ମଚାରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି। ତେବେ ଦୁଇ ଜଣ ଗୁରୁତରଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ବସରେ ଥିବା ଇଭିଏମ, ଭିଭିପାଟ ଓ ଅନ୍ୟ ସରଞ୍ଜାମକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ଜଣାପଡ଼ିଛି। କେଉଁ କାରଣରୁ ବସ ଦୁର୍ଘଟଣାଗ୍ରସ୍ତ ହେଲା ତାହା ସ୍ପଷ୍ଟ ହୋଇନାହିଁ । ପୁଲିସ ଘଟଣାର ତଦନ୍ତ କରୁଛି। ଶନିବାର କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ ଭୋଟିଂ ହୋଇଥିବା ବେଳେ ଅନେକ ବୁଥରେ ମତଦାନ ବିଳମ୍ବିତ ହୋଇଥିଲା। ରାତି ୯ଟାରେ କର୍ମଚାରୀମାନେ ପୋଲିଂ ସାରି ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe