କୁଚିଣ୍ଡା: ସମ୍ବଲପୁର ଜିଲ୍ଲାର କୁଚିଣ୍ଡାରେ ଜଣେ ମାନସିକ ଦିବ୍ୟାଙ୍ଗ ମହିଳାଙ୍କ ମହନୀୟତା ଏବେ ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ମହିଳା ଜଣକ କୁଚିଣ୍ଡା ବସଷ୍ଟାଣ୍ଡ ଅଞ୍ଚଳରେ ବିନା ପାଉଣାରେ ସଫେଇ କାର୍ଯ୍ୟ କରି ସଭିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ନିୟମିତ ଶହଶହ ଯାନବାହନ ଚଳାଚଳ କରୁଥିବାରୁ ବସଷ୍ଟାଣ୍ଡ ଧୂଳିମୟ ରହିଥାଏ। ମହିଳା ଜଣଙ୍କୁ ତାଙ୍କ ଘରୁ ବାହାର କରି ଦିଆଯାଇଥିବାରୁ ସେ ଗତ ଏକ ସପ୍ତାହ ହେବ ବସ୍ଷ୍ଟାଣ୍ଡ୍ରେ ରହିବା ସହ ବସ୍ଷ୍ଟାଣ୍ଡ୍କୁ ସଫା ରଖୁଥିବା ଦେଖିବାକୁ ମିଳୁଛି। ମହିଳା ଜଣକ ଏକ ଛାଞ୍ଚୁଣି ଧରି ବସ୍ଷ୍ଟାଣ୍ଡ୍କୁ ସଫା କରୁଥିବାର ଦେଖିବାକୁ ମିଳୁଛି।
କୁଚିଣ୍ଡା: ବସ୍ଷ୍ଟାଣ୍ଡ୍କୁ ଝାଡ଼ୁରେ ସଫା କରି ଚର୍ଚ୍ଚାରେ ଦିବ୍ୟାଙ୍ଗ ମହିଳା
Advertisment
Follow Us