ସମ୍ବଲପୁର: ରାଜଧାନୀ ଭୁବନେଶ୍ୱରରେ ଥିବା ପେଟ୍ରୋଲ ପମ୍ପଗୁଡ଼ିକରେ ଚାଇନା ଚିପ୍ ଲଗାଇ ମାଲିକମାନେ ଗ୍ରାହକଙ୍କୁ ଭୁଆଁ ବୁଲାଇ ଲୁଟିବା ସନ୍ଦେହର ଦିନ କେଇଟା ପରେ ସମ୍ବଲପୁରରେ ମଧ୍ୟ ଏଭଳି ପରିସ୍ଥିତି ଚାଲିଥିବା ସନ୍ଦେହ ହୋଇଛି। ଏହି ଜିଲ୍ଲାରେ ଥିବା ବିଭିନ୍ନ ପେଟ୍ରୋଲ ପମ୍ପରେ ପୁଲିସ, ଯୋଗାଣ ବିଭାଗ ଓ ମାପ ଓ ଓଜନ ବିଭାଗର ମିଳିତ ଉଦ୍ୟମରେ ମଙ୍ଗଳବାର ଚଢ଼ାଉ ଜାରି ରହିଥିବା ଜଣାପଡ଼ିଛି।
ସମ୍ବଲପୁର ଏସ୍ପି ସଞ୍ଜୀବ ଅରୋରାଙ୍କ ତତ୍ୱାବଧାନରେ ପୁଲିସ ବିଭାଗ, ଯୋଗାଣ ବିଭାଗ ଓ ମାପ ଓ ଓଜନ ବିଭାଗର କର୍ମଚାରୀମାନେ ସହର ଓ ସହର ବାହାରେ ଥିବା ପେଟ୍ରୋଲ ପମ୍ପଗୁଡ଼ିକରେ ଅଚାନକ ଚଢ଼ାଉ ଜାରି ରଖିଛନ୍ତି। ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ସନ୍ଦେହ ହେବାରୁ ଏହି ତଦନ୍ତ ଅଭିଯାନ କରାଯାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।
Follow Us