ଟ୍ରକକୁ ମୁହାଁମୁହିଁ ଧକ୍କା ମାରି ଓଲଟିଲା କଣ୍ଟେନର୍: ୨ ଆହତ

Advertisment
ଟ୍ରକକୁ ମୁହାଁମୁହିଁ ଧକ୍କା ମାରି ଓଲଟିଲା କଣ୍ଟେନର୍: ୨ ଆହତ

ଯୁଯୁମୁରା: ୫୫ ନମ୍ବର ଜାତୀୟ ରାଜପଥ ଯୁଯୁମୁରା ଥାନା ଅନ୍ତର୍ଗତ ଭବାନୀପାଲିସ୍ଥିତ ପେଟ୍ରୋଲ ପମ୍ପ ନିକଟରେ ଶନିବାର ଭୋର ପ୍ରାୟ ୪ ଟା ସମୟରେ ଟ୍ରକ୍(ଓଡି ୦୫ ଏ ୯୪୫୯)କୁ କଣ୍ଟେନର୍(ୟୁପି ୨୧ ବିଏନ) ମୁହାଁମୁହିଁ ଧକ୍କା ଦେଇ ରାସ୍ତା ପାର୍ଶ୍ଵରେ ଓଲଟି ପଡ଼ିଛି । ଟ୍ରକ୍ ଚାଳକ ଗାଡ଼ି ଭିତରେ ଚାପି ହୋଇ ରହିଥିଲେ। ସହଯୋଗୀଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡ଼ିଛି।
ଖବର ପାଇ ଯୁଯୁମୁରା ପୁଲିସ, ସମ୍ବଲପୁର ଓ ଯୁଯୁମୁରା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତ ଦ୍ୱୟଙ୍କୁ ଉଦ୍ଧାର କରିଥିଲେ। ସମ୍ବଲପୁର ଅଗ୍ନିଶମ ବିଭାଗ ତାଙ୍କ ଗାଡ଼ିରେ ଆହତଙ୍କୁ ନେଇ ସମ୍ବଲପୁର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚାପି ରହିଥିବା ଚାଳକ ଜଣକ ଅନୁପ ଲୁହୁରା(୨୫) ଓ ସହଯୋଗୀ ଜଣକ ଢେଙ୍କାନାଳ ଚାଉଁରିଆର ସଂଗ୍ରାମ ଷେଣ୍ଢ(୨୮) ବୋଲି ଜଣାପଡ଼ିଛ। ଟ୍ରକଟି ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା କଣ୍ଟେନର୍ ଧକ୍କା ମାରିବାରୁ ରାସ୍ତାକଡ଼ରେ ଓଲଟି ପଡ଼ିଥିଲା। ଘଟଣାସ୍ଥଳରୁ କଣ୍ଟେନର୍ ଚାଳକ ଫେରାର ହୋଇଯାଇଥିଲା। ଯୁଯୁମୁରା ଥାନା ପୁଲିସ ଉଭୟ ଗାଡ଼ିକୁ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe