ଦୁର୍ଘଟଣାରେ ଯୁବ ଠିକାଦାରଙ୍କ ମୃତ୍ୟୁ

Advertisment
ଦୁର୍ଘଟଣାରେ ଯୁବ ଠିକାଦାରଙ୍କ ମୃତ୍ୟୁ

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲର ଯୁବ ଠିକାଦାର ଦେବାଶିଷ ନାୟକ (୩୦)ଙ୍କ ଶୁକ୍ରବାର ରାତିରେ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ଘର ରେଢ଼ାଖୋଲ ଏନ୍ଏସି ଖଣ୍ଡାଢ଼ିପ ସାହି। ଗତକାଲି ସେ କୌଣସି କାମରେ ତାଙ୍କ ସାଙ୍ଗ ବିକାଶ ସାମଲ (୨୯)ଙ୍କ ସହିତ ବାଇକ୍ (ଓଡି-୧୫ଏମ୍-୬୫୫୫)ରେ ବୌଦ୍ଧ ଯାଇଥିଲେ। ରେଢ଼ାଖୋଲ-ବୌଦ୍ଧ ରାସ୍ତାର ମଧୁପୁର ଗାଁ ନିକଟରେ ରାତି ପ୍ରାୟ ୧୦ଟା ୩୦ ସମୟରେ ଭାରସାମ୍ୟ ହରାଇ ସେମାନେ ରାସ୍ତା ପାର୍ଶ୍ବରେ ଥିବା ଏକ ଘର ମଧ୍ୟକୁ ପଶିଯାଇଥିଲେ। ଘଟଣାସ୍ଥଳରେ ଦେବାଶିଷଙ୍କ ମୃତ୍ୟୁ ଘଟିଥିଲା।

ବିକାଶ ସାମଲ (୨୯)ଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ରେଢ଼ାଖୋଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରେ ସେଠାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଦେବାଶିଷ ତାଙ୍କ ବାପାଙ୍କର ଗୋଟିଏ ମାତ୍ର ପୁତ୍ର। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe