ସମ୍ବଲପୁର: ଲକ୍ଷାଧିକ ଟଙ୍କାର ବାଣ ଜବତ, ୪ ବେପାରୀ ଗିରଫ

Advertisment
ସମ୍ବଲପୁର: ଲକ୍ଷାଧିକ ଟଙ୍କାର ବାଣ ଜବତ, ୪ ବେପାରୀ ଗିରଫ

ସମ୍ବଲପୁର: ସମ୍ବଲପୁର ସହରରେ ବେଆଇନ ଭାବେ ବାଣ ଵିକ୍ରି କରିଥିବା ବିଭିନ୍ନ ଦୋକାନରେ ପୁଲିସ ପକ୍ଷରୁ ଵ୍ୟାପକ ଚଢ଼ଉ କରଯାଇଛି। ଏହି ଘଟଣାରେ ପୁଲିସ ଲକ୍ଷାଧିକ ଟଙ୍କାର ବାଣ ଜବତ କରିଥିବା ସମୟରେ ଭିନ୍ନ ଭିନ୍ନ ସ୍ଥାନରୁ ୪ଜଣ ବେପାରୀଙ୍କୁ ଗିରଫ କରାଯାଇଥିବା ନେଇ ସଦର ଏସଡିପିଓ ତପନ ମହାନ୍ତି ସୂଚନା ଦେଇଛନ୍ତି।

ଅଭିଯୁକ୍ତଙ୍କ ମଧ୍ୟରେ ଦୁଇଜଣ ଟାଉନ ଥାନା ଅଂଚଳର ହୋଇଥିବା ବେଳେ କ୍ଷେତରାଜପୁର ଓ ରେଙ୍ଗାଲି ଥାନା ଅଂଚଳରୁ ଜଣେ ଲେଖାଏଁ ରହିଛନ୍ତି। ବାଣ ବିକ୍ରି ଉପରେ ଚଢ଼ଉ ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ୬ ପ୍ଲାଟୁନ ଫୋର୍ସ, ୧୫ଟି ପିସିଆର ଓ ୬ଟି ଟିମଙ୍କୁ ନିୟୋଜିତ କରାଯାଇଥିବା ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe