ହାତୀର ହରକତ: ରାସ୍ତା ପାର କରି ବିଲରେ ଆଡ୍ଡା ଜମାଇଲା ହାତୀ

New Project (5)

ଯୁଯୁମୁରା: ଆଜି ସନ୍ଧ୍ୟା ସମୟରେ ରୁଗୁଡ଼ିପଡା ନିକଟରେ ୫୫ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରି ଏକ ମାଈ ହାତୀ କଲିଆପାଲି ଗ୍ରାମ ଅଭିମୁଖେ ଯାଇଥିଲା । ପରେ ସେହି ହାତୀ ଏକ ବିଲରେ ପଶି ଧାନ ଚାଷକୁ ଭୋଗ କରିବା ସହ ଚାରିପାଖରେ ମାଡ଼ି ଦଳି ବହୁ କ୍ଷତି ସୃଷ୍ଟି କରିଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଗ୍ରାମବାସୀଙ୍କ ସହ ବନ ବିଭାଗ କର୍ମଚାରୀମାନେ ମିଶି ହାତୀକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ । 

କିନ୍ତୁ, ହାତୀକୁ ସେଠାରୁ ବାହାର କରିବାରେ ସେମାନେ ସଫଳ ହୋଇ ନଥିଲେ । ଏହି କାରଣରୁ ଗ୍ରାମବାସୀ ଓ ବନ କର୍ମଚାରୀଙ୍କ ମଧ୍ୟରେ ସାମାନ୍ୟ ଯୁକ୍ତିତର୍କ ସୃଷ୍ଟି ହୋଇଥିଲା । ଗ୍ରାମବାସୀ କହିଛନ୍ତି, ମାଡ଼ି ଦଳି ଚାଷବାଡ଼ିରେ ହୋଇଥିବା କ୍ଷତି ପାଇଁ ପ୍ରଶାସନ କାହିଁକି ପୂର୍ବରୁ ପଦକ୍ଷେପ ନେଲା ନାହିଁ, ଏନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe