ପୁଣି ସାଇବର୍‌ ଠକେଇ: ୨୫ ଲକ୍ଷ ଲଟେରି ଲୋଭରେ ୫୧ ହଜାର ହରାଇଲେ ଯୁବତୀ

Advertisment
ସାଇବର ଠକେଇରେ ପଡିଲେ ପୁଲିସ ବାବୁ

Image Courtesy of India Today

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ସାଇବର୍‌ ଲୁଟେରାଙ୍କ ଦୌରାତ୍ମ୍ୟ କମିବାର ନାଁ ନେଉନାହିଁ। ପ୍ରତି ସପ୍ତାହରେ କେଉଁଠି ନା କେଉଁଠି ସାଇବର୍‌ ଠକେଇ ଘଟୁଥିବା ଅଭିଯୋଗ ହେଉଛି। ଅନେକ ଲୋକ ଲୋକଲଜ୍ଜାରେ ଅଭିଯୋଗ ମଧ୍ୟ ଦେଉ ନାହାନ୍ତି। ଅଇଁଠାପାଲି ଥାନା ଅଧୀନ ଅଞ୍ଚଳରେ ମଙ୍ଗଳବାର ଦିନ ଜଣେ ଯୁବତୀ ଲୋଭରେ ପଡ଼ି ସାଇବର୍‌ ଠକଙ୍କ ଜାଲରେ ପଡ଼ିଛନ୍ତି। ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲାରେ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଯୁବତୀଙ୍କୁ ଏକ ଅଜଣା ନମ୍ବରରୁ ମଙ୍ଗଳବାର ଦିନ କଲ୍‌ ଆସିଲା। ସାଇବର୍‌ ଠକ ଜଣକ ଲଟେରି ଜିତିଥିବା କଥା ଯୁବତୀଙ୍କୁ କହିଥିଲା। ୨୫ ଲକ୍ଷ ଟଙ୍କାର ଲଟେରି ଜିତିଥିବା କଥା ଶୁଣି ଯୁବତୀ ଜଣକ ଖୁସି ହୋଇଯାଇଥିଲେ। ତେବେ ଏହି ଟଙ୍କା ପାଇବା ପାଇଁ ପ୍ରୋସେସିଂ ଫି’ ବାବଦକୁ କିଛି ଟଙ୍କା ଦେବାକୁ ସାଇବର୍‌ ଲୁଟେରା ଜଣକ ଯୁବତୀଙ୍କୁ କହିଥିଲା। ସାଇବର୍‌ ଠକ କଥାରେ ବିଶ୍ବାସ କରି ୨୫ ଲକ୍ଷ ଟଙ୍କା ଲୋଭରେ ଯୁବତୀ ଜଣକ ଏକାଧିକ ଥର ଟଙ୍କା ଜମା କରିଥିଲେ। ପ୍ରୋସେସିଂ ଫି’ ବାବଦରେ ସେ ମୋଟ ୫୧ ହଜାର ଟଙ୍କା ଡିପୋଜିଟ୍‌ କରିଦେବା ପରେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। କୌଣସି ଉପାୟ ନପାଇ ଯୁବତୀ ଜଣକ ବୁଧବାର ଥାନାର ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe