Image Courtesy of Business Standard
ସମ୍ବଲପୁର: ସମ୍ବଲପୁରରେ ସାଇବର୍ ଠକେଇ ସଂଖ୍ୟା କମିବା ନାଁ ଧରୁନାହିଁ। ବୁର୍ଲା ଅଞ୍ଚଳରେ ଆଉ ଜଣେ ସାଇବର୍ ଠକେଇର ଶିକାର ହୋଇଛନ୍ତି। ସେ କିଭଳି ଠକେଇର ଶିକାର ହେଲେ, ନିଜେ ମଧ୍ୟ ଜାଣିପାରି ନାହାନ୍ତି। ତାଙ୍କ ଅଜଣାତରେ ସାଇବର ଠକ ୪୨ ହଜାର ଟଙ୍କା ଠକି ନେଇଛି।
ସୂଚନା ଅନୁଯାୟୀ, ବୁର୍ଲା ପାଣିଟାଙ୍କିପଡ଼ାର କବି ମହାନନ୍ଦଙ୍କ ଅଜାଣତରେ ଗତ ସପ୍ତାହରୁ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ଟଙ୍କା କଟିଥିଲା। ଏକାଧିକ ଟ୍ରେନ୍ଜେକସନ୍ରେ ମୋଟ ୪୨ ହଜାର ୫ ଶହ ୪୫ ଟଙ୍କା କଟି ଯାଇଥିଲା। ବ୍ୟାଙ୍କ୍ ଯାଇ ଷ୍ଟେଟମେଣ୍ଟ ଅପଡେଟ୍ କରିବା ପରେ ଟଙ୍କା କଟିଥିବା ସେ ଜାଣିବାକୁ ପାଇଥିଲେ। ଏ ନେଇ ସେ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।
Follow Us