ସାଇବର ଲୁଟ୍‌: ବାବା ବେଶରେ ଆସି ଠକିନେଲେ ୬୦ ହଜାର ଟଙ୍କା

ସାଇବର ଲୁଟ୍‌: ବାବା ବେଶରେ ଆସି ଠକିନେଲେ ୬୦ ହଜାର ଟଙ୍କା

English ENT 24*7

ବାମରା: ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ପିଣ୍ଡାପଥର ପଂଚାୟତ ତିତିରିପୋଷ ଗାଁର ଜଣେ ନିରୀହ ବ୍ୟକ୍ତି ସାଇବା ଲୁଟର ଶିକାର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ତିତିରିପୋଷ ଗାଁରେ ଥିବା ଶିବ ମନ୍ଦିରକୁ ଜଣେ ବ୍ୟକ୍ତି ବାବା ବେଶରେ ଆସି ସେହି ଗାଁର ଚନ୍ଦ୍ର ବରୁଆଙ୍କ ସହିତ ମିତ୍ରତା ସ୍ଥାପନ କରିଥିଲେ। ଉକ୍ତ ମନ୍ଦିରରେ କିଛି ଦିନ ବାବା ଜଣକ ଆଶ୍ରୟ ନେଇଥିଲେ। ଏହି କ୍ରମରେ ଚନ୍ଦ୍ରଙ୍କ ସରଳତାର ସୁଯୋଗ ନେଇ ତାଙ୍କ ମୋବାଇଲ ସ୍ମାର୍ଟ ଫୋନ ମାଗି ବିଭିନ୍ନ ପ୍ରକାର ଭିଡିଓ ଦେଖୁଥିଲେ। କେବଳ ସେତିକି ନୁହେଁ, ଭଣ୍ଡ ବାବା ଜଣକ ଚନ୍ଦ୍ରଙ୍କ ମୋବାଇଲ ପାସୱାର୍ଡ ଏବଂ ଫୋନ ପେ’ ପିନ ନମ୍ବର ଆଦି ବିଭିନ୍ନ ବାହାନା ଦେଖାଇ ମାଗି ନେଇଥିଲେ। ଇତି ମଧ୍ୟରେ ବାବା ଜଣକ ଫୋନ ପେ’ ମାଧ୍ୟମରେ ନିଜ ଆକାଉଣ୍ଟକୁ ମୋଟ ୬୧ ହଜାର ୨୩୬ ଟଙ୍କା ଟ୍ରାନ୍ସଫର କରି ନେଇଥିଲେ । ଏହାପରେ ସେ ଚତୁରତାର ସହ ସେଠାରୁ ଫେରାର ମାରିଥିଲେ। ଘଟଣାଟି ପ୍ରାୟ ୧ ମାସ ଆଗରୁ ଘଟିଥିବା ବେଳେ ଚନ୍ଦ୍ର କୌଣସି କାମ ପାଇଁ ବାମରା ଷ୍ଟେଟ ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଆସି ସବୁ କଥା ଜାଣି ପାରିଥିଲେ। ପରେ ଚନ୍ଦ୍ର ବରୁଆ ପୁଲିସରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି  ଗୋବିନ୍ଦପୁର ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଦଫା ୪୧୯/୪୨୦ ତଥା ଆଇଟି ଆକ୍ଟ ୬୬(ସି)/୬୬(ଡି)ଅନୁସାରେ ଗୋବିନ୍ଦପୁର ପୁଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଭଣ୍ଡ ବାବା ସାଜିଥିବା ଉକ୍ତ ଅଭିଯୁକ୍ତ ଜଣକ ହେଉଛନ୍ତି ଝାରସୁଗୁଡା ଅଞ୍ଚଳର ଥଣ୍ଡରା ନାଏକ। ତାଙ୍କ ବିରୋଧରେ ହିଁ ମାମଲା ରୁଜୁ କରାଯାଇଥିବା ପୁଲିସ ସୂତ୍ରରୁ ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe