ଜଙ୍ଗଲରୁ ୨ଟି ହାତୀର ମୃତଦେହ ଠାବ: କୀଟନାଶକର ପ୍ରଭାବରେ ଉଭୟଙ୍କର ମୃତ୍ୟୁ ଆଶଙ୍କା

Advertisment
ଜଙ୍ଗଲରୁ ୨ଟି ହାତୀର ମୃତଦେହ ଠାବ: କୀଟନାଶକର ପ୍ରଭାବରେ ଉଭୟଙ୍କର ମୃତ୍ୟୁ ଆଶଙ୍କା

ଜମନକିରା: ସମ୍ବଲପୁର ଜିଲ୍ଲା ବାମରା ବଡ଼ରମା ରେଞ୍ଜ ଅନ୍ତର୍ଗତ ତିଲେଇମାଲ ପତ୍ରା ଜଙ୍ଗଲରୁ ୨ଟି ହାତୀର ମୃତଦେହ ଠାବ ହୋଇଛି। ଏଥିମଧ୍ୟରେ ଗୋଟିଏ ମାଈ ହାତୀ ଥିବା ବେଳେ ଅନ୍ୟଟି ରହିଛି ଦନ୍ତାହାତୀ। ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ପାରିପାର୍ଶ୍ୱିକ ସ୍ଥିତିରୁ ଯାହା ଅନୁମାନ କରାଯାଉଛି  ଏହି ୨ ହାତୀ ପାଚିଲା ଧାନ ଖାଇବାକୁ ଆସିଥିଲେ। ଧାନ ଗଛରେ ଦିଆଯାଇଥିବା କୀଟନାଶକର ପ୍ରଭାବରେ ଉଭୟଙ୍କର ମୃତ୍ୟୁ ହୋଇଥିବା ବନବିଭାଗ ଆଶଙ୍କା କରୁଛି। ଏଣେ ଚାଷୀଜଣକ ବି ସ୍ବୀକାର କରିଛନ୍ତି ଯେ ଗତକାଲି ସେ ନିଜ ଧାନଖେତରେ କୀଟନାଶକର ପ୍ରୟୋଗ କରିଥିଲେ।ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe