ସମ୍ବଲପୁର: ରେଙ୍ଗାଲି ଅଞ୍ଚଳରୁ ଯୁବତୀଙ୍କ ମୃତଦେହ ଚାଷ ଜମିରୁ ଉଦ୍ଧାର, ଅପହରଣ ପରେ ଦୁଷ୍କର୍ମ ଓ ହତ୍ୟା ସନ୍ଦେହ

Advertisment
କେନ୍ଦୁଝର: ଜଙ୍ଗଲରୁ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଥାନା ଅନ୍ତର୍ଗତ କାଶିପାଲି ଜଙ୍ଗଲ ନିକଟ ଚାଷ ଜମିରୁ ଶୁକ୍ରବାର ସକାଳୁ ଜଣେ ଯୁବତୀଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ସୂଚନା ଅନୁସାରେ ଆଜି ସକାଳୁ ଗାଁର ଲୋକେ ନିଜ ଚାଷ ଜମିକୁ ଯାଇଥିବା ବେଳେ ଯୁବତୀଙ୍କ ମୃତଦେହ ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ପୁଲିସକୁ ସୂଚନା ଦେଇଥିଲେ।

ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିବା ପରେ ଏସ୍‌ଡିପିଓ ଭବାନୀ ଶଙ୍କର ଉଦ୍‌ଗାତା, ଶାସନ ଆଇଆଇସି ଜୟରଶ୍ମୀ ସେଠୀ ଓ ଏସ୍‌ଆଇ ସଂଘମିତ୍ରା ଦାସ ଘଟଣାସ୍ଥଳକୁ ପହଞ୍ଚି ଯୁବତୀଙ୍କ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛନ୍ତି। ପୁଲିସ କହିଛି, ଗୁରୁବାର ରାତିରେ ଏହି ଘଟଣା ଘଟିଛି। ଯୁବତୀଙ୍କ  ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ।

ଅନ୍ୟପକ୍ଷରେ ସ୍ଥନୀୟ ଅଞ୍ଚଳର ଲୋକେ କହିଛନ୍ତି, ସେମାନେ ଯୁବତୀଙ୍କୁ ଚିହ୍ନିଛନ୍ତି। ଅବିବାହିତ ଯୁବତୀଙ୍କ ବୟସ ପାଖାପାଖି ୩୦ ବର୍ଷ ହେବ। ସେ ମାନସିକ ରୋଗୀ ଥିବା ବେଳେ ମା’ଙ୍କ ସହିତ ଯିବା ଆସିବା କରିଥାଏ। ତାଙ୍କୁ ଗୁରୁବାର ରାତିରେ ଅସମାଜିକ ଲୋକେ ଅପହରଣ କରି ଦୁଷ୍କର୍ମ ପରେ ହତ୍ୟା କରିଥାଇ ପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe