କଂସର ରେଳଧାରଣା ଉପରେ ଯୁବକର ମୄତଦେହ ଠାବ

Advertisment
କଂସର ରେଳଧାରଣା ଉପରେ ଯୁବକର ମୄତଦେହ ଠାବ

ଯୁଯୁମୁରା: ସମ୍ବଲପୁର ଜିଲ୍ଲାର ଯୁଯୁମୁରା ଥାନା ଅନ୍ତର୍ଗତ କଂସର ରେଳଧାରଣା ଉପରୁ ମଙ୍ଗଳବାର ସକାଳେ ଜଣେ ଯୁବକଙ୍କ ମୄତଦେହ ଉଦ୍ଧାର କରାଯାଇଛି। ଆଜି ସକାଳୁ ରେଳଧାରଣା ଉପରେ ମୄତଦେହ ପଡିଥିବାର ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପରେ ପୁଲିସ ଏ ବାବଦରେ ଜିଆରପିକୁ ଖବର ଦେବା ପରେ ଜିଆରପି ଏନେଇ ମୄତଦେହ ଉଦ୍ଧାର ଘଟଣାର ତଦନ୍ତ ଆରମ୍ଭ କରିଛି।

ରେଳଧାରଣା ଉପରୁ ଉଦ୍ଧାର ହୋଇଥିବା ମୄତଦେହଟି କେଶାପାଲି ପଞ୍ଚାୟତ ପଦାପାନି ଗ୍ରାମର ଗୁରୁଦେବ ମିର୍ଦ୍ଧା(୨୬) ବୋଲି ଜଣାପଡିଛି। ମୄତ ଯୁବକ ଗୁରୁଦେବ ସାଙ୍ଗଭୀ ନାମକ ଢାବାରେ କାମ କରୁଥିବା ବେଳେ ଢ଼ାବାଟି କିଛି ଦିନ ହେବ ବନ୍ଦ ରହିଥିଲା।  ଆଜି ସକାଳୁ ମୄତଦେହ ଟି ରେଲଧାରଣା ଉପରେ ପଡିଥିଲା। କୌଣସି ଏକ ଟ୍ରେନ ଧକ୍କାରେ ଗୁରୁଦେବଙ୍କ ମୄତ୍ୟୁ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ପ୍ରକୃତରେ ଟ୍ରେନ ଧକ୍କାରେ ମୄତ୍ୟୁ ନା ଏହା ଆତ୍ମହତ୍ୟା ଘଟଣା ନା ଅନ୍ୟ କିଛି କାରଣ ପାଇଁ ଯୁବକର ମୄତ୍ୟୁ ହୋଇଛି ସେନେଇ ମଧ୍ୟ ଜିଆରପି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe