ଆଇଆଇଏମ୍‌ ସମ୍ବଲପୁରରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଡ.ପ୍ରମୋଦ ମିଶ୍ର

ଆଇଆଇଏମ୍‌ ସମ୍ବଲପୁରରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଡ.ପ୍ରମୋଦ ମିଶ୍ର

ଚିପିଲିମା: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ଶାସନ ସଚିବ ଡ. ପ୍ରମୋଦ କୁମାର ମିଶ୍ର ଆଇଆଇଏମ୍ ସମ୍ବଲପୁର ପରିଦର୍ଶନ କରିଛନ୍ତି। ଡ. ମିଶ୍ର ଜାତୀୟ ଅର୍ଥନୀତି ସମ୍ମିଳନୀରେ ଯୋଗଦେବା ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧିନସ୍ଥ ସୂଚନା ଏବଂ ବୈଷୟିକ ପ୍ରତିଷ୍ଠାନ ଗସ୍ତରେ ଥିବା ସମୟରେ ସେ ଆଇଆଇଏମ୍ ସମ୍ବଲପୁର ପକ୍ଷରୁ କ୍ୟାମ୍ପସ ପରିଦର୍ଶନ ପାଇଁ ନିମନ୍ତ୍ରଣ କରାଯାଇଥିଲା।

ଆଇଆଇଏମ୍ ସମ୍ବଲପୁର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ଵାଲ ତାଙ୍କୁ ସ୍ବାଗତ କରିବା ସହିତ ଆଇଆଇଏମ୍ ପରିସର ବୁଲାଇଥିଲେ। ଡ. ମିଶ୍ର କହିଥିଲେ ଯେ ଆଇଆଇଏମ୍ ସମ୍ବଲପୁର ଅନେକ ପ୍ରକଳ୍ପ ଓ ମାଷ୍ଟରପ୍ଲାନର ବିକାଶ ପାଇଁ ଏକ ଅନୁକ୍ରମଣିକା ଭାବରେ କାର୍ଯ୍ୟ କରିପାରିବ ଏବଂ ଏହା ରାଜ୍ୟ ତଥା ଦେଶର ଅର୍ଥନୀତିର ଅଗ୍ରଗତିରେ ସହାୟକ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe