ବିଦ୍ୟୁତ ବିଭାଗର ଅଧିକାରୀଙ୍କୁ ଜେଲଦଣ୍ଡ

Advertisment
ବିଦ୍ୟୁତ ବିଭାଗର ଅଧିକାରୀଙ୍କୁ ଜେଲଦଣ୍ଡ

ସମ୍ବଲପୁର : ସୋମବାର ସ୍ୱତନ୍ତ୍ର ଭିଜିଲାନସ୍‌ ଜଜ୍‌ ଚିନ୍ତାମଣି ପଣ୍ଡା ଲାଞ୍ଚ ନେଇ ଧରିପଡ଼ିଥିବା ସୁବର୍ଣ୍ଣପୁର ଜିଲ୍ଲା ଖାରିର ପୂର୍ବତନ ବୈଦ୍ୟୁତିକ ବିଭାଗୀୟ ଅଧିକାରୀ(ସେକ୍‌ସନ ଅଫିସର) ଚିତ୍ତରଂଜନ ସାହୁଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଚିତ୍ତରଂଜନ ଏବେ ଭବାନୀପାଟଣା ବୈଦ୍ୟୁତିକ ବିଭାଗୀୟ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି। ଗତ ୨ ସେପ୍‌ଟେମ୍ବର ୨୦୧୨ରେ ସେ ବୁଦେଲବାହାଲି ଗ୍ରାମର ଦୀନବନ୍ଧୁ ମିଶ୍ରଙ୍କଠାରୁ ବିଦ୍ୟୁତ ସଂଯୋଗ ଲଗାଇବା ପାଇଁ ୧୯୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିଲେ।

ଭିଜିଲାନସ୍‌ ବିଭାଗ ପକ୍ଷରୁ ସେତେବେଳେ ଏହି ମାମଲାରେ ଚିତ୍ତରଂଜନ ଏବଂ ବିଦ୍ୟୁତ ବିଭାଗରେ ଘରୋଇ ଭାବେ କାମ କରୁଥିବା ମେଣ୍ଡା ଗାଁର ଗୋପବନ୍ଧୁ ମେହେରଙ୍କ ନାମରେ ଚାର୍ଜସିଟ୍‌ ଦାଖଲ କରିଥିଲା। ଏହି ମାମଲାର ବିଚାର ବେଳେ କେବଳ ଚିତ୍ତରଂଜନ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଗୋପବନ୍ଧୁଙ୍କ ନାମରେ ଏହି ମାମଲାରେ କୌଣସି ପ୍ରମାଣ ମିଳିନଥିଲା। ସ୍ୱତନ୍ତ୍ର ଭିଜିଲାନସ ଜଜ୍‌ ଚିନ୍ତାମଣି ପଣ୍ଡା ଏହି ମାମଲାରେ ରାୟ ଶୁଣାଇ ୭ ପିସି ଆଇନ ୧୯୮୮ ଅନୁସାରେ ଚିତ୍ତରଂଜନଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡ ଓ ଏକ ହଜାର ଟଙ୍କା ଜରିମାନା କରିଥିଲେ। ଜରିମାନା ଅନାଦେୟ ହେଲେ ଆହୁରି ଏକ ମାସ କାରାଦଣ୍ଡାଦେଶ ଶୁଣାଇଛନ୍ତି।

ସେହିପରି ପିସି ଆଇନର ଧାରା ୧୩(୧)(ଡି) ଅନୁଯାୟୀ ଚିତ୍ତରଂଜନଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ତେବେ ଉଭୟ ଧାରାର ଦଣ୍ଡାଦେଶ ଏକ ସଂଗରେ ଚାଲିବ ବୋଲି କୁହାଯାଇଛି। ଭିଜିଲାନସ୍‌ ଇନ୍‌ସପେକ୍ଟର ଆର୍‌.କେ.ସାଏ ଓ ଉମେଶ ଚନ୍ଦ୍ର ମିଶ୍ର ଏହି ମାମଲାର ତଦନ୍ତ କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe