ପ୍ରଥମ ଥର ପାଇଁ ଗେରୁଆ ରଂଗରେ ରଂଗିନ ହୋଇପାରେ ସମ୍ବଲପୁର: ୭ ବିଧାନସଭା ଆସନରୁ ୪ଟିରେ ବିଜେଡି ଓ ଗୋଟିଏରେ ବିଜେପି କରିପାରେ ବାଜିମାତ୍‌

Advertisment
ପ୍ରଥମ ଥର ପାଇଁ ଗେରୁଆ ରଂଗରେ ରଂଗିନ ହୋଇପାରେ ସମ୍ବଲପୁର: ୭ ବିଧାନସଭା ଆସନରୁ ୪ଟିରେ ବିଜେଡି ଓ ଗୋଟିଏରେ ବିଜେପି କରିପାରେ ବାଜିମାତ୍‌

ଭୁବନେଶ୍ୱର: ପ୍ରଥମଥର ପାଇଁ ଗେରୁଆ ରଙ୍ଗରେ ରଙ୍ଗୀନ ହୋଇପାରେ ସମ୍ବଲପୁର। ସମ୍ବାଦ-କନକ ନ୍ୟୁଜ୍‌ ଏକଜିଟ୍‌ ପୋଲ୍‌ ରିପୋର୍ଟ ଉପରେ ନଜର ପକାଇଲେ ସମ୍ବଲପୁରରେ ପ୍ରଥମଥର ପାଇଁ ପଦ୍ମ ଫୁଟିବା ନେଇ ସମ୍ଭାବନା ଦେଖାଦେଇଛି। ଗତ ୫ଟି ନିର୍ବାଚନରୁ ୪ଥର ବିଜେଡି ଏହି ଆସନକୁ ନିଜ ଅକ୍ତିଆରରେ ରଖିଥିବା ବେଳେ ପ୍ରଥମଥର ପାଇଁ ଏହି ଆସନ ଦଳ ହାତରୁ ଖସିପାରେ। ଦେବଗଡ ରାଜା ନୀତିଶ ଗଙ୍ଗଦେବ ସମ୍ବଲପୁରରେ ବିଜେପିକୁ ବଡ ବିଜୟ ଭେଟି ଦେଇପାରନ୍ତି। ତେବେ ସମ୍ବଲପୁର ଲୋକସଭା ଅଧିନରେ ଆସୁଥିବା ବିଧାନସଭା ଆସନ ଗୁଡିକ ମଧ୍ୟରୁ ୪ଟିରେ ବିଜେଡି ବିଜୟୀ ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। ସେହିଭଳି ବିଜେପି ମାତ୍ର ଗୋଟିଏ ଆସନରେ ବିଜୟୀ ହେବା ନେଇ ପୂର୍ବାନୁମାନ କରାଯାଇଛି। ଅନ୍ୟ ଦୁଇଟି ଆସନରେ କଡା ମୁକାବିଲା ଦେଖିବାକୁ ମିଳିପାରେ।

publive-image

ସମ୍ବଲପୁର, ରେଢାଖୋଲ, ଛେଣ୍ଡିପଦା ଓ ଆଠମଲ୍ଲିକ ଆସନରେ ବିଜେଡିର ବିଜୟ ସମ୍ଭାବନା ରହିଛି। ଏହି ଆସନ ଗୁଡିକରେ ବିଜେଡି ୨୦୧୪ରେ ମଧ୍ୟ ବିଜୟ ବାନା ଉଡାଇ ସାରିଛି। ସେହଭଳି ୨୦୧୪ରେ ଗେରୁଆ ବାନା ଉଡାଇଥିବା ଦେବଗଡରେ ମଧ୍ୟ ବିଜେପି ପୁଣିଥରେ କମବ୍ୟାକ୍‌ କରିପାରେ ବୋଲି ସମ୍ବାଦ-କନକ ନ୍ୟୁଜ୍‌ ଏକଜିଟ୍‌ ପୋଲ ରିପୋର୍ଟରେ ସାମ୍ନାକୁ ଆସିଛି।

ଏହାବାଦ୍‌ କୁଚିଣ୍ଡା ଓ ରେଙ୍ଗାଲିରେ ୩ ଦଳ ମଧ୍ୟରେ କ୍ଲୋଜ୍‌ ଫାଇଟ୍‌ ଦେଖିବାକୁ ମିଳିପାରେ। ପୁର୍ବରୁ କୁଚିଣ୍ଡା ବିଜେପି ଦଖଲରେ ରହିଥିବା ବେଳେ ରେଙ୍ଗାଲି ବିଜେଡି ଦଖଲରେ ରହିଥିଲା। ତେଣୁ ଏହି ଦୁଇ ଆସନରେ ଜନତା କାହାକୁ ଭରସା କରିଛି ତାହା ଫଳାଫଳ ଆସିଲେ ସ୍ପଷ୍ଟ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe