Farmers: ୩ ପଞ୍ଚାୟତରେ ରାଜନେତାଙ୍କୁ ବିରୋଧର ଘୋଷଣା

Advertisment

ଚାଷୀ ସଙ୍ଗଠନର କଡ଼ା ଚେତାବନୀ। ଟୋକନ ସମସ୍ୟାକୁ ନେଇ ଚାଷୀ ଅସନ୍ତୋଷ ଆହୁରି ଉଗ୍ର ରୂପ ନେଇଛି। ସମ୍ବଲପୁର ଜିଲ୍ଲା ମାନେଶ୍ବର ବ୍ଲକ ଅନ୍ତର୍ଗତ ପରମାଣପୁର, ତବଲା ଏବଂ ଯୁଯୁମୁରା ବ୍ଲକର କୁକୁଡ଼ାପାଲିରେ...

ଚାଷୀ ସଙ୍ଗଠନର କଡ଼ା ଚେତାବନୀ। ଟୋକନ ସମସ୍ୟାକୁ ନେଇ ଚାଷୀ ଅସନ୍ତୋଷ ଆହୁରି ଉଗ୍ର ରୂପ ନେଇଛି। ସମ୍ବଲପୁର ଜିଲ୍ଲା ମାନେଶ୍ବର ବ୍ଲକ ଅନ୍ତର୍ଗତ ପରମାଣପୁର, ତବଲା ଏବଂ ଯୁଯୁମୁରା ବ୍ଲକର କୁକୁଡ଼ାପାଲିରେ...

sambad

ସମ୍ବଲପୁର (ଗାର୍ଗୀ ଶତପତୀ): ଚାଷୀ ସଙ୍ଗଠନର କଡ଼ା ଚେତାବନୀ। ଟୋକନ ସମସ୍ୟାକୁ ନେଇ ଚାଷୀ ଅସନ୍ତୋଷ ଆହୁରି ଉଗ୍ର ରୂପ ନେଇଛି। ସମ୍ବଲପୁର ଜିଲ୍ଲା ମାନେଶ୍ବର ବ୍ଲକ ଅନ୍ତର୍ଗତ ପରମାଣପୁର, ତବଲା ଏବଂ ଯୁଯୁମୁରା ବ୍ଲକର କୁକୁଡ଼ାପାଲିରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ, ବିଧାୟକ, ସରକାରୀ ଏବଂ ବିରୋଧୀ ଦଳର ନେତା ଅତିଥି ହୋଇ ଆସିଲେ ସେମାନଙ୍କୁ ବିରୋଧ କରିବେ ବୋଲି ଘୋଷଣା କରିଛି ବୀର ବଜରଙ୍ଗବଲି କୃଷକ ସୁରକ୍ଷା ସଙ୍ଗଠନ। ଏ ସଂକ୍ରାନ୍ତରେ ସଙ୍ଗଠନ ପକ୍ଷରୁ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ସଙ୍ଗଠନ କହିଛି, ବିଳମ୍ବିତ ମଣ୍ଡି ଯୋଗୁଁ ସମସ୍ୟାରେ ଥିଲା ଚାଷୀ। ମଣ୍ଡି ଖୋଲିବା ପରେ ମଧ୍ୟ ନିସ୍ତାର ମିଳିଲା ନାହିଁ। ଟୋକନ ଡେରିରେ ଆସିଲା। ସେଥିରେ ପୁଣି ପଞ୍ଜୀକୃତ ଜମି ଅନୁଯାୟୀ ଟୋକନ ଆସୁ ନାହିଁ। ଏହାକୁ ନେଇ ବାରମ୍ବାର ଚାଷୀମାନେ ଦାବି କଲେ ମଧ୍ୟ କେହି ଶୁଣୁ ନଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ଯେଉଁଭଳି ସ୍ଥିତି ରହିଛି ରାଜନୈତିକ ଦଳର ମନ୍ତ୍ରୀମାନେ ଚାଷୀ ଆକ୍ରୋଶର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହୋଇ ଯାଆନ୍ତୁ।

ଆହୁରି ପଢ଼ନ୍ତୁ: FTA: ରାଜିନାମା ଚୂଡ଼ାନ୍ତ, ସ୍ବାକ୍ଷର ହୋଇନି

ସୂଚନା ଅନୁଯାୟୀ, ଆଗାମୀ ଦିନରେ ପରମାଣପୁରରେ ଧନୁଯାତ୍ରା ସମେତ ବିଭିନ୍ନ ପ୍ରକାର ଧାର୍ମିକ, ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ଏଥିରେ ରାଜନେତାମାନେ ଅତିଥି ନ ହେବା ପାଇଁ ସ୍ଥାନୀୟ ଚାଷୀମାନେ କହିଛନ୍ତି। ୩ ପଞ୍ଚାୟତର ଚାଷୀଙ୍କୁ ନେଇ ଆୟୋଜିତ ବୈଠକରେ ଜୟ ନାରାୟଣ ପୃଷେଠ, ରଞ୍ଜନ ନାୟକ, ସୁବ୍ରତ ପଧାନ, ଶାନ୍ତନୁ ପଧାନ, ବିପିନ ବିହାରୀ ଭୋଇ, ଜଗଦାନନ୍ଦ ନାୟକ, ଭୋଲା ଦଳପତ, ବ୍ରହ୍ମା ଶଙ୍କର ପାଢ଼ୀ, ପ୍ରଶାନ୍ତ ନାୟକ, ବଂଶୀଧର ପ୍ରଧାନ, ଜିଗ୍ନେସ ବାରିକ୍, ପୱନ୍ ଅଗ୍ରୱାଲ, ବାବୁଲା ବାରିକ, କ୍ଷମାସିଲ ମେହେର, ମାଟୁ ମେହେର, ସନତ ବାବୁ, ଶ୍ରୀକାନ୍ତ ପଧାନ, ଦେବେନ୍ଦ୍ର ପଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe