ସମ୍ବଲପୁର: ନାକଟିଦେଉଳରେ ଚାଷୀ ଆନ୍ଦୋଳନ, ଜାତୀୟ ରାଜପଥ ଅବରୋଧ, ଯାନବାହାନ ଚଳାଚଳ ବାଧାପ୍ରାପ୍ତ

Advertisment
ସମ୍ବଲପୁର: ନାକଟିଦେଉଳରେ ଚାଷୀ ଆନ୍ଦୋଳନ, ଜାତୀୟ ରାଜପଥ ଅବରୋଧ, ଯାନବାହାନ ଚଳାଚଳ ବାଧାପ୍ରାପ୍ତ

ନାକଟିଦେଉଳ/ସମ୍ବଲପୁର: ନିୟନ୍ତ୍ରିତ ବଜାର କମିଟି ଜରିଆରେ ଚାଷୀଙ୍କ ଠାରୁ ଧାନ କିଣାକୁ ନେଇ ବୁଧବାର ଚାଷୀମାନେ ଆନ୍ଦୋଳନ କରିଛନ୍ତି। ମାରଓ୍ଵାଡ଼ିମୁଣ୍ଡା ଠାରେ ଥିବା ନିୟନ୍ତ୍ରିତ ବଜାର କମିଟିରେ ଚାଷୀମାନେ ଧାନ ଦେବାକୁ ଚାହୁଁଥିବା ବେଳେ ଏଥିରେ କିଛି ଦଲାଲ ହସ୍ତକ୍ଷେପ କରୁଛନ୍ତି। ଯାହା ଫଳରେ ଧାନ କିଣାରେ ଅସୁବିଧା ପହଞ୍ଚୁଛି। ସ୍ଥାନୀୟ ଚାଷୀ ସଂଗଠନ ‘ବାଲୁଙ୍କେଶ୍ୱର ବାବା ଚାଷୀ କୃଷକ ସଂଗଠନ’ ଦାବି କରିଛି ଯେ, ନିୟମ ଅନୁସାରେ ଚାଷୀଙ୍କ ଠାରୁ ଧାନ କିଣାଯାଉ। ଧାନର ମାନ ନିର୍ଦ୍ଧାରଣ କରାଯାଇ ମିଲକୁ ପଠାଯାଉ।

publive-image

ଚାଷୀମାନଙ୍କର ସମସ୍ୟା ସମାଧାନ ହୋଇପାରି ନଥିବାରୁ ସେମାନେ ଆଜି ପୂର୍ବାହ୍ନ ୧୦ଟାରେ ଆନ୍ଦୋଳନ ଆରମ୍ଭ କରିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ଚାଷୀମାନଙ୍କ ସହିତ ଅଧିକାରୀମାନେ ଆଲୋଚନା କରୁଛନ୍ତି। ଉତ୍ତେଜିତ ଚାଷୀମାନେ ରାଞ୍ଚି-ବିଜୟଓ୍ଵାଡା ଜାତୀୟ ରାଜପଥ ଅବରୋଧ କରିବାରୁ ଶତାଧିକ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଚାଷୀ ସମସ୍ୟାର ସମାଧାନ ପାଇଁ ଆୟୋଜିତ ବୈଠକରେ ରେଢ଼ାଖୋଳ ସହକାରୀ ଯୋଗାଣ ଅଧିକାରୀ ବିଘ୍ନରାଜ ମହାପାତ୍ର, ଆରଏମ୍‌ସି ସମ୍ପାଦକ ଅଶୋକ କୁମାର ସାହୁ, ଏଆରସିଏସ୍‌ ମହେନ୍ଦ୍ର କୁମାର ନନ୍ଦଙ୍କ ସମେତ ଚାଷୀ ସଂଗଠନର ସମ୍ପାଦକ ପ୍ରଶାନ୍ତ କୁମାର ପ୍ରଧାନ, ନାରୀ ନେତ୍ରୀ ଗୀତାଞ୍ଜଳି ପ୍ରଧାନଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe