କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ସମ୍ବଲପୁର ଜିଲ୍ଲା କୄଷକ ସଂଗଠନ ପକ୍ଷରୁ ପ୍ରତିବାଦରେ ଜାତୀୟ ରାଜପଥ ଅବରୋଧ

Advertisment
କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ସମ୍ବଲପୁର ଜିଲ୍ଲା କୄଷକ ସଂଗଠନ ପକ୍ଷରୁ ପ୍ରତିବାଦରେ ଜାତୀୟ ରାଜପଥ ଅବରୋଧ

ସମ୍ବଲପୁର: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଚାଷୀମାନେ ଜାତୀୟ ରାଜପଥ ଅବରୋଧ କରି ଆନ୍ଦୋଳନ କରିଛନ୍ତି । ସମ୍ବଲପୁର ଜିଲ୍ଲା କୄଷକ ସଂଗଠନ ପକ୍ଷରୁ ସମ୍ବଲପୁର - କଟକ ୫୫ ନମ୍ବର ଜାତୀୟ ରାଜପଥ ମାନେଶ୍ୱର ଛକଠାରେ ରାସ୍ତାରୋକ କରି ପ୍ରତିବାଦ କରିଥିବା ସୂଚନା ରହିଛି । କେନ୍ଦ୍ର ସରକାରଙ୍କ ଦ୍ଵାରା ପାସ୍‌ ହୋଇଥିବା କୃଷି ଆଇନରେ ଥିବା ଠିକା ଚାଷ ବ୍ୟଵସ୍ଥା, ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ପରିବର୍ତ୍ତନ, ଘରୋଇ ମଣ୍ଡି ବ୍ୟବସ୍ଥାକୁ ଚାଷୀ ବିରୋଧ କରିଛନ୍ତି । ଏହି ଆଇନ ଉଭୟ କୃଷକ ଓ ଖାଉଟି ବିରୋଧୀ ବୋଲି ଚାଷୀ ଏହାର ବିରୋଧ କରୁଛନ୍ତି। ଏଥିସହ ଜମି ମାଲିକାନାକୁ ଅକ୍ଷୁର୍ଣ୍ଣ ରଖି ଭାଗ ଚାଷୀଙ୍କୁ ଆଇନଗତ ମାନ୍ୟତା, ସରକାରୀ ମଣ୍ଡି ବ୍ୟବସ୍ଥାକୁ ମଜବୁତ ଓ ସଂଖ୍ୟା ବୃଦ୍ଧି ଆଦି ଦାବି ରଖିଛନ୍ତି ଚାଷୀ ସଂଗଠନ ।

ଏହାର ପ୍ରତିବାଦରେ ସମ୍ବଲପୁର ଜିଲ୍ଲା କୄଷକ ସଂଗଠନ ପକ୍ଷରୁ ଦିନ ୧୧ ଟାରୁ ୧୨ ଟା ପର୍ଯ୍ୟନ୍ତ ଏକ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ କରି କୄଷି ଆଇନକୁ ଖୋଲାଖୋଲି ଭାବରେ ଦୄଢ଼ ବିରୋଧ କରାଯାଇଛି । ଆଗକୁ ଦାବି ପୂରଣ ନହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସମ୍ବଲପୁର ଜିଲ୍ଲା କୄଷକ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି । ମାନେଶ୍ୱର ଛକରେ ଅନୁଷ୍ଠିତ ଜାତୀୟ ରାଜପଥ ଅବରୋଧରେ ପଶ୍ଚିମ ଓଡ଼ିଶା କୄଷକ ସଂଗଠନର ଆବାହକ ଅଶୋକ ପ୍ରଧାନ , ମୁରାରୀ ପୁରୋହିତ, ହରିଶଙ୍କର ପୁରୋହିତ, ଦେବେନ ପ୍ରଧାନ, ବ୍ୟୋମକେଶ ଠାକୁରଙ୍କ ସମେତ ଜିଲ୍ଲାର ବହୁ ଚାଷୀ ନେତା ଉପସ୍ଥିତ ରହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe