Sambalpur
ସମ୍ବଲପୁର: ମା ସମଲେଶ୍ବରୀ ମନ୍ଦିରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଗତ କାଲି ରାତି ପ୍ରାୟ ୨ଟା ୪୫ରେ ମାଆଙ୍କ ମନ୍ଦିରରେ ନିଆଁ ଲାଗି ଯାଇଥିବା ଅନୁମାନ କରାଯାଉଛି। ଜଳୁଥିବା ମାନିସିକ ଦୀପରେ ଏହି ଅଗ୍ନିକାଣ୍ଡ ଘଟିଛି। ହଠାତ ମନ୍ଦିର ଭିତରୁ ଧୁଆଁ ବାହାରିବାରୁ ଜାଣିପାରି ପୂଜକମାନେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀମାନେ ସେଠାରେ ପହଞ୍ଚି ରାତି ପ୍ରାୟ ୪ଟା ସୁଦ୍ଧା ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିବା ସୂଚନା ରହିଛି। ତେବେ ଏହି ଅଗ୍ନିକାଣ୍ଡ ବିଶେଷ କିଛି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି।
Follow Us