ପ୍ରେମକୁ ବିରୋଧ କରିବାରୁ ଗୁଳି!

ପ୍ରେମକୁ ବିରୋଧ କରିବାରୁ ଗୁଳି!

ସମ୍ବଲପୁର : ମାତ୍ର ୨୧ ଦିନର ବ୍ୟବଧାନ ପରେ ସମ୍ବଲପୁରରେ ପୁଣି ଏକ ଗୁଳିକାଣ୍ଡ ଘଟିଛି। ରବିବାର ସକାଳେ ଷ୍ଟେସନ ପଡ଼ାରେ ରହୁଥିବା ଠିକାଦାର ଗଣେଶ ଜଗଦଲା(୪୮)ଙ୍କୁ ଗୁଳି କରାଯାଇଛି। ତାଙ୍କ ଜଙ୍ଘରେ ଗୁଳି ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତା ଓ ପ୍ରେମଜନିତ କାରଣରୁ ତାଙ୍କୁ ଗୁଳି କରାଯାଇଥିବା ପୁଲିସ ସନ୍ଦେହ କରୁଛି। ଗୁଳିମାଡ଼ କରିଥିବା ବଣ୍ଟି ସୁନାଙ୍କ ସମେତ ୨ଜଣ ଫେରାର ଅଛନ୍ତିି।

ସୂଚନା ଅନୁଯାୟୀ, ରବିବାର ସକାଳ ପ୍ରାୟ ୭.୩୦ରେ ଗଣେଶ ବଜାରରୁ ପରିବା ନେଇ ଫେରୁଥିଲେ। ରେଲେଓ୍ଵ କଲୋନି ନିକଟରେ ଏକ ବାଇକ୍‌ରେ ବଣ୍ଟି ସମେତ ଦୁଇ ଜଣ ଯୁବକ ଆସି ତାଙ୍କ ଉପରେ ଗୁଳିମାଡ଼ କରିଥିଲେ। କ୍ଷେତରାଜପୁର ଥାନା ଅଧିକାରୀ ଯୋଗେଶ ପଣ୍ଡା କହିଛନ୍ତି ଯେ ବଣ୍ଟି ସୁନାଙ୍କ ବାପାଙ୍କ ସହିତ ଗଣେଶ ଜଗଦଲା ଏକାଠି ମିଶି ଠିକାଦାରୀ କରୁଥିଲେ। ତିନି ବର୍ଷ ହେଲା ଉଭୟଙ୍କ ମଧ୍ୟରେ ବିବାଦ ଯୋଗୁଁ ଏହି ପାର୍ଟନରସିପ୍‌ ଭାଙ୍ଗି ଯାଇଥିଲା। ଏଥିସହ ଗଣେଶଙ୍କ ଜଣେ ବିଧବା ଝିଆରୀଙ୍କୁ ବଣ୍ଟି ସୁନା ଭଲ ପାଉଥିଲେ। ଏହାକୁ ଗଣେଶ ବିରୋଧ କରୁଥିଲେ। ଏଥିଯୋଗୁଁ ଉଭୟଙ୍କ ମଧ୍ୟରେ ରହିଥିବା ଶତ୍ରୁତା ଆହୁରି ତୀବ୍ର ହୋଇଥିଲା। ଏହି ଘଟଣାରୁ ଗୁଳିକାଣ୍ଡ ହୋଇଥିବା ପୁଲିସ କହିଛି। ଏଥିପୂର୍ବରୁ ଶୀତଳ ଷଷ୍ଠୀ ବେଳେ ବରେଇପାଲିରେ ଗୁଳି ଚାଳନା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe