କୋରାପୁଟରୁ ଛତିଶଗଡ଼, ଭାୟା ଝାରସୁଗୁଡ଼ା:ରେଙ୍ଗାଲିରେ ୧ କୁଇଣ୍ଟାଲ ଗଞ୍ଜେଇ, ଗାଡ଼ି ଜବତ

Advertisment
କୋରାପୁଟରୁ ଛତିଶଗଡ଼, ଭାୟା ଝାରସୁଗୁଡ଼ା:ରେଙ୍ଗାଲିରେ ୧ କୁଇଣ୍ଟାଲ ଗଞ୍ଜେଇ, ଗାଡ଼ି ଜବତ

ସମ୍ବଲପୁର: କୋରାପୁଟରୁ ଛତିଶଗଡ଼କୁ ବେଧଡ଼କ ଗଞ୍ଜେଇ ଚୋରା ଚାଲାଣ ଚାଲିଛି। ‌ଶନିବାର ସନ୍ଧ୍ୟାରେ ଏଭଳି ଏକ ଚୋରା ଚାଲାଣ ନେଇ ସୂଚନା ମିଳିବା ପରେ ରେଙ୍ଗାଲି ପୁଲିସ୍‌ ଅତର୍କିତ ଭାବେ ଚଢ଼ଉ କରିଥିଲା। ଏକ ମହିନ୍ଦ୍ରା ଜାଇଲୋ (ଓଆର୍‌ ୦୫ ଏଏନ୍‌ ୨୨୨୨) ଗାଡ଼ିଟି କୋରାପୁଟରୁ ଗଞ୍ଜେଇ ନେଇ ଯାଉଥିବା ବେଳେ ରେଙ୍ଗାଲି ପୁଲିସ୍‌ ଏହାକୁ ପିଛା କରି ଗୁରୁପାଲି ଛକରେ ବିଜୁ ଏକ୍ସପ୍ରେସ୍‌ ୱେରେ ଧରିଥିଲା। ଏହି ଘଟଣାରେ ପୁଲିସ୍‌ କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଭିତରସୁରୁବାଇ ଗ୍ରାମର ଗଙ୍ଗାଧର ପଡ଼୍‌କା(୨୫)କୁ  ଗିରଫ କରିଥିଲା। ଗାଡ଼ି ଯାଞ୍ଚ କରିବା ପରେ ସେଥିରେ ଥିବା ୨ଟି ବସ୍ତାରେ ୧ କୁଇଣ୍ଟାଲ ୩ କିଗ୍ରା ଓଜନର ଗଞ୍ଜେଇକୁ ପୁଲିସ୍‌ ଜବତ କରିଥିଲା। ଅଭିଯୁକ୍ତର ଜାଇଲୋ ଗାଡ଼ି, ନଗଦ ୨୬ଶହ ଟଙ୍କା ଓ ଏକ ମୋବାଇଲକୁ ମଧ୍ୟ ପୁଲିସ୍‌ ଜବତ କରିଛି। ଏନେଇ ରବିବାର ସଦର ଏସ୍‌ଡିପିଓଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ଭବାନୀ ଶଙ୍କର ଉଦ୍‌ଗାତା ଓ ରେଙ୍ଗାଲି ଆଇଆଇସି ସୁରୁବାବୁ ଛତ୍ରିଆ ସୂଚନା ଦେଇଛନ୍ତି। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ‌ହେବ ବୋଲି ପୁଲିସ୍‌ ପକ୍ଷରୁ ସୂଚନା ମିଳିଛି। ଏନେଇ ଅଇଁଠାପାଲି ପୁଲିସ୍‌ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି। ତେବେ ଉକ୍ତ ଗଞ୍ଜେଇ କେରାପୁଟ ଜିଲ୍ଲା ପାଡ଼ୁଆ ଥାନା ଅଜୟ ଅନ୍ତୁରର ଥିବା ପୁଲିସ୍‌ ଜାଣିବାକୁ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe