ସମ୍ବଲପୁର: ଶୁକ୍ରବାର ସନ୍ଧ୍ୟା ୭ଟାରେ ବାଲିବନ୍ଧା ନିକଟସ୍ଥ ଏକ ପରିତ୍ୟକ୍ତ କୋଠାରୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ଟାଉନ ଥାନା ପୁଲିସ୍ ତାଙ୍କୁ ଉଦ୍ଧାର କରି ସଦର ଡାକ୍ତରଖାନାର ମହିଳା ସର୍ଜରି ବିଭାଗରେ ଭର୍ତି କରିଛି। ବରଗଡ଼ ଜିଲ୍ଲାର ଏହି ଯୁବତୀ ଜଣକ ଗତ ବର୍ଷ ବିଇଡି ଡିଗ୍ରି ହାସଲ କରିଛନ୍ତି। ନିଯୁକ୍ତି ପରୀକ୍ଷା ପାଇଁ ପ୍ରସ୍ତୁତି ନିମନ୍ତେ ସେ ଗତ ୧୦ ଦିନ ତଳେ ସମ୍ବଲପୁର ଆସି ଫାଟକ ଅଂଚଳର ଏକ ଚାମ୍ବରରେ ରହୁଥିଲେ। ଶୁକ୍ରବାର ସନ୍ଧ୍ୟାରେ ଏକାକୀ ବାଲିବନ୍ଧା ମନ୍ଦିରକୁ ଆସିଥିଲେ। ମନ୍ଦିର ଦର୍ଶନ ପରେ ସେ ପାଖରେ ଥିବା ଏକ ପରିତ୍ୟକ୍ତ ଘର ଉପରକୁ ଅଚାନକ ଚଢ଼ିି ଡେଇଁ ପଡ଼ି ଥିଲେ। ସେ ଏକ ଟିଣ ଉପରେ ପଡ଼ିବାରୁ ପ୍ରବଳ ଶବ୍ଦ ହୋଇଥିଲା। ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସିଥିଲେ। ଗୋଡ଼ରେ ଆଘାତ ଯୋଗୁଁ ଯନ୍ତ୍ରଣାରେ ଛଟପଟ ହେଉଥିବା ଏହି ଯୁବତୀଙ୍କୁ ଉଦ୍ଧାର କରି ଲୋକେ ଟାଉନ ଥାନାକୁ ସୂଚନା ଦେଇଥିଲେ। ଟାଉନ ଥାନା ପୁଲିସ୍ ତାଙ୍କୁ ସଦର ଡାକ୍ତରଖାନାକୁ ଆଣିଥିଲା। ପରିବାର ଲୋକେ ଆସିବା ପରେ ତାଙ୍କୁ ଜିମା ଦେଇଥିବା ଜଣାପଡ଼ିଛି। ଯୁବତୀଙ୍କ ସାମାନ୍ୟ ମାନସିକ ସମସ୍ୟା ରହିଥିବା ପୁଲିସ୍ ସୂତ୍ରୁର ପ୍ରକାଶ।
ଛାତ ଉପରୁ ଡେଇଁଲେ ଯୁବତୀ
Advertisment
Follow Us