ନାତିର ଟାଙ୍ଗିଆ ଚୋଟରେ ଆଈର ମୃତ୍ୟୁ

ନାତିର ଟାଙ୍ଗିଆ ଚୋଟରେ ଆଈର ମୃତ୍ୟୁ

କଦଳୀଗଡ଼: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ କଦଳୀଗଡ଼ ପଞ୍ଚାୟତ ତନ୍ତଗାଡ଼ ଗ୍ରାମରେ ନାତିର ଟାଙ୍ଗିଆ ଚୋଟରେ ଆଈର ମୃତ୍ୟୁ ଘଟିବା ଭଳି ଅଭାବନୀୟ ଘଟଣା ଘଟିଛି।
ସୂଚନା ଅନୁସାରେ, ଗୁରୁବାର ରାତି ପ୍ରାୟ ୮ଟାରେ ଉତ୍ତମ ସାହୁ(୨୫) ପାରିବାରିକ କଳହରୁ କ୍ରୋଧିତ ହୋଇ ନିଜ ଆଈ ପ୍ରମିଳା ସାହୁ (୭୦)ଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଏଥିରେ ଘଟଣାସ୍ଥଳରେ ହିଁ ପ୍ରମିଳାଙ୍କ ମୃତ୍ୟୁ ଘଟିଥିଲା। ଅଭିଯୁକ୍ତ ଉତ୍ତମର ପୂର୍ବରୁ ମାନସିକ ବିକୃତି ଥିଲା। ଏ ବାବଦରେ ଗ୍ରାମବାସୀ ପୂର୍ବରୁ ରେଢ଼ାଖୋଲ ପୁଲିସକୁ ଅବଗତ କରିଥିଲେ ବୋଲି ଗ୍ରାମବାସୀଙ୍କଠାରୁ ସୂଚନା ମିଳିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe