ଆଜି ହନୁମାନ ଜୟନ୍ତୀ, ସମ୍ବଲପୁରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଆଜି ହନୁମାନ ଜୟନ୍ତୀ, ସମ୍ବଲପୁରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ସମ୍ବଲପୁର: ହନୁମାନ ଜୟନ୍ତୀ ସମନ୍ବୟ ସମିତି ପକ୍ଷରୁ ଗତବର୍ଷ ଏପ୍ରିଲ୍‌ ୧୨ ତାରିଖ ଦିନ ବିଶାଳ ବାଇକ୍ ରାଲି ଚାଲିଥିବା ବେଳେ ଅଚାନକ ପଥର ମାଡ଼ ହୋଇଥିଲା। ରାଲିରେ ଥିବା ଶହ ଶହ ବାଇକ୍‌କୁ ମୋତିଝରଣ ଠାରେ ଭାଙ୍ଗି ଦିଆଯାଇଥିଲା। ତା ପରଠୁ ଯଦିଓ ସମ୍ବଲପୁରରେ ୧୪୪ ଧାରା ଲାଗିଲା, କିନ୍ତୁ ସ୍ଥିତି ଧୀରେ ଧୀରେ ଅଶାନ୍ତ ହେବା ଆରମ୍ଭ ହୋଇଥିଲା। କଡ଼ା ସୁରକ୍ଷା ବ୍ୟବସ୍ଥାରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଶୋଭାଯାତ୍ରା ଚାଲିଥିବା ବେଳେ ରିଙ୍ଗ୍‌ରୋଡ୍‌ରେ ପଲଟୁ ମିର୍ଦ୍ଧାଙ୍କୁ ହତ୍ୟା କରାଯାଇଥିଲା। ତାପରେ ସହରରେ ସ୍ଥିତ ଭୟଙ୍କର ହୋଇଯାଇଥିଲା। ଜଳାପୋଡ଼ା ମାରପିଟ୍‌ ଆରମ୍ଭ ହୋଇଯାଇଥିଲା। ସ୍ଥିତି ଏଭଳି ହୋଇଗଲା ଯେ, ସମ୍ବଲପୁରରେ କର୍ଫ୍ୟୁ ଲାଗୁ ହେଲା। ଇଣ୍ଟରନେଟ୍‌ ସେବା ବନ୍ଦ କରି ଦିଆଗଲା। ସେହି ଘଟଣା ପରଠୁ ପ୍ରାୟ ସବୁ ଧାର୍ମିକ ଶୋଭାଯାତ୍ରା ଉପରେ ରୋକ ଲଗାଇ ଦିଆଗଲା।

publive-image

ଏବର୍ଷ ମଧ୍ୟ ହନୁମାନ ଜୟନ୍ତୀ ସମୂହ ଶୋଭାଯାତ୍ରାକୁ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି। ତେବେ ନିଜ ନିଜ ପଡ଼ାରେ ହନୁମାନ ଜୟନ୍ତୀ ପାଳନ ହେବ। ଅନ୍ୟପଟେ ହନୁମାନ ଜୟନ୍ତୀ ପାଇଁ ଏବର୍ଷ ସହରସାରା ପୁଲିସ ଛାଉଣି କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସମ୍ବଲପୁର ସହରରେ ଶନିବାର ଠାରୁ ୨୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ଅତିରିକ୍ତ ଏସ୍‌ପି ହରେଶ ପାଣ୍ଡେ କହିଛନ୍ତି। ତା ସହିତ ୨୫ ଜଣ ଅତିରିକ୍ତ ଏସ୍‌ପି ଓ ଡିଏସପିଙ୍କୁ ମନିଟର୍‌ କରିବା ଦାୟିତ୍ବ ଦିଆଯାଇଛି। ପୁଲିସ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ଟାଉନ୍‌ ଥାନା ଓ ଧନୁପାଲି ଥାନା ଅଞ୍ଚଳରେ ୨ଟି ଡ୍ରୋନ୍‌କୁ ଉଡ଼ାଯାଉଛି।
ଅନ୍ୟପଟେ ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁର ସହରରେ ଉତ୍ସାହ ଦେଖିବାକୁ ମିଳିଛି। ସହରରେ ଥିବା ହନୁମାନ ମନ୍ଦିରଗୁଡ଼ିକୁ ସୁନ୍ଦର ଭାବେ ସଜ୍ଜା ଯାଇଛି। ବିଭିନ୍ନ ଛକରେ ପତାକା ମାଳ ଲଗାଯାଇଛି। ରାସ୍ତାରେ ଲାଗିଥିବା ପତାକା ସହରକୁ ରଙ୍ଗିନ କରିଦେଇଛି। ହନୁମାନ ଜୟନ୍ତୀ ପାଳନ ପାଇଁ ବିଭିନ୍ନ ପଡ଼ାରେ ପ୍ରସ୍ତୁତି ଶେଷ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe