ହୀରାକୁଦ ଡ୍ୟାମ୍‌: ୨୦ ସୁଇସ୍‌ ଗେଟ୍‌ ଦେଇ ସେକେଣ୍ଡ ପିଛା ନିଷ୍କାସିତ ହେଉଛି ୩,୧୨,୦୦୦ କ୍ୟୁସେକ୍‌ ପାଣି

Advertisment
ହୀରାକୁଦ ଡ୍ୟାମ୍‌: ୨୦ ସୁଇସ୍‌ ଗେଟ୍‌ ଦେଇ ସେକେଣ୍ଡ ପିଛା ନିଷ୍କାସିତ ହେଉଛି ୩,୧୨,୦୦୦ କ୍ୟୁସେକ୍‌ ପାଣି

ସମ୍ବଲପୁର: ହୀରାକୁଦ ଡ୍ୟାମ୍‌ର ୨୦ଟି ସୁଇସ୍‌ ଗେଟ୍‌ ଦେଇ ମଙ୍ଗଳବାର ଜଳ ନିଷ୍କାସିତ ହେଉଛି। ଡ୍ୟାମ୍‌ର କଣ୍ଟ୍ରୋଲ ରୁମ୍‌ ପକ୍ଷରୁ ରାତି ୭ଟାରେ ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟା ସୁଦ୍ଧା ଡ୍ୟାମ୍‌ର ୨୦ଟି ସୁଇସ୍‌ ଗେଟ୍‌ ଖୋଲିଛି। ଏହି ସୁଇସ୍‌ ଗେଟ୍‌ଗୁଡ଼ିକ ଦେଇ ବର୍ତ୍ତମାନ ସେକେଣ୍ଡ ପିଛା ୩,୧୨,୦୦୦ କ୍ୟୁସେକ ଜଳ ନିଷ୍କାସିତ ହେଉଥିବା ବେଳେ ଜଳ ଭଣ୍ଡାର ଭିତରକୁ ୧,୪୪,୦୦୦ କ୍ୟୁସେକ ଜଳ ପ୍ରବେଶ କରୁଛି। ରିପୋର୍ଟ ଲେଖାଯିବା ବେଳକୁ ଆଜି ସନ୍ଧ୍ୟାରେ ଜଳ ଭଣ୍ଡାରର ଜଳ ସ୍ତର ୬୧୮.୦୨ ଫୁଟ୍‌ ପାଣି ରହିଥିବା ସୂଚନା ମିଳିଛି।

publive-image

ଛତିଶଗଡ଼ ସରକାର ଅକ୍ଟୋବର ମାସ ଆରମ୍ଭରୁ କଲ୍‌ମା ବ୍ୟାରେଜର ଗେଟ ବନ୍ଦ କରିଥିଲେ। ତେଣୁ ହୀରାକୁଦ ଡ୍ୟାମ୍‌ର ଇନ୍‌ ଫ୍ଲୋ ଯଥେଷ୍ଟ ହ୍ରାସ ପାଇଥିଲା। ଅଣମୌସୁମୀ ଋତୁରେ କଲ୍‌ମା ବ୍ୟାରେଜ ସବୁ ଗେଟ୍‌ ବନ୍ଦ କରି ଦେଇଥିବା ବେଳେ ଜୁନ୍‌ ୧୫ ପରେ ଧୀରେ ଧୀରେଗେଟ ଖୋଲି ବର୍ତ୍ତମାନ ବ୍ୟାରେଜର ସମସ୍ତ ୬୬ଟି ଗେଟ୍‌ ଖୋଲା ରହିଛି। ଫଳରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧିି ପାଇଛି। ହୀରାକୁଦ ବନ୍ଦ ପରିଚାଳାନା ନେଇ ରହିଥିବା କର୍ଭ ରୁଲ ଅନୁଯାୟୀ, ଆଜି ଜଳଭଣ୍ଡାର ମଧ୍ୟରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି।।

ସୂଚନାଯୋଗ୍ୟ ଯେ ହୀରାକୁଦ ଜଳଭଣ୍ଡାର ସମୁଦ୍ର ପତ୍ତନଠାରୁ ୫୦୦ ଫୁଟ୍‌ ଉଚ୍ଚତାରେ ରହିଛି। ଏହି ଜଳଭଣ୍ଡାରର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବାରୁ ଏଠାରେ ୧୩୦ ଫୁଟ୍‌ ପାଣି ରହିଥାଏ। ରୁଲ୍‌ କର୍ଭ ଅନୁସାରେ, ୩୧ ଅକ୍ଟୋବର କିମ୍ବା ୧ ସେପ୍‌ଟେମ୍ବରରେ ଜଳସ୍ତର ଏହାର ଶୀର୍ଷରେ(୬୩୦ ଫୁଟ୍‌)ରେ ରଖାଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe