ସମଲେଇ ମନ୍ଦିରର ବାସିଫୁଲରୁ ପ୍ରସ୍ତୁତ ହେବ ଅଗରବତୀ

Advertisment
ସମଲେଇ ମନ୍ଦିରର ବାସିଫୁଲରୁ ପ୍ରସ୍ତୁତ ହେବ ଅଗରବତୀ

ସମ୍ବଲପୁର: ସମଲେଇ ମନ୍ଦିରରେ ଲାଗି ହୋଇଥିବା ବାସି ଫୁଲର ପ୍ରକ୍ରିୟାକରଣରୁ ଉତ୍ପାଦିତ ହେବ ‘ସମଲେଇ ଅଗରବତୀ’। ଅନେକ କ୍ଷେତ୍ରରେ ବାସି ଫୁଲକୁ ବର୍ଜ୍ୟବସ୍ତୁ ଭାବେ ରାସ୍ତା କଡ଼ରେ ବା ଗଳି ମାନଙ୍କରେ ବଡ଼ ବଡ଼ ଗଦାରେ ଛାଡ଼ି ଦିଆଯାଇଥାଏ, ଯାହାକି ଅତିରିକ୍ତ ଅଙ୍ଗାରକାମ୍ଳ ନିର୍ଗମନ କରିବା ସହିତ ଅନ୍ୟାନ୍ୟ ପ୍ରକାରର ବାୟୁ ଏବଂ ମୃତ୍ତିକା ପ୍ରଦୂଷଣ ଭଳି ସମସ୍ୟା ସୃଷ୍ଟି କରିଥାଏ । ଏକ ଅନନ୍ୟ ଉତ୍ପାଦନ ପ୍ରକ୍ରିୟାରେ ‘ମା ସମଲେଶ୍ୱରୀ ମନ୍ଦିର’ରୁ ବାହାରୁଥିବା ବାସି ଫୁଲର ବ୍ୟବହାରକରି ଏହି ଉତ୍ପାଦକ ୟୁନିଟ୍ ସେହି ସମସ୍ୟାର ସଂପୂର୍ଣ୍ଣ ରୂପେ ସମାଧାନ କରିବ।
ଏହି ଅଗରବତୀ ଉତ୍ପାଦକ ୟୁନିଟ ଦୈନିକ ୩୦୦ କିଲୋଗ୍ରାମ ବର୍ଜ୍ୟ ପୁଷ୍ପର ପ୍ରକ୍ରିୟାକରଣ କରିବାରେ ସକ୍ଷମ। ୟୁନିଟରେ ପଲ୍‌ଭରାଇଜର, ମିଶ୍ରଣ, ଗ୍ରାଇଣ୍ଡିଂ, ଧୂପ ଏବଂ ଅଗରବତୀ ମେସିନ୍, ପ୍ୟାକେଜିଂ ଇତ୍ୟାଦି ପାଇଁ ବିଭିନ୍ନ ମେସିନ୍‌ ଅଛି । ଏହି କେନ୍ଦ୍ରରେ କାର୍ଯ୍ୟରତ ମହିଳାମାନେ ସମସ୍ତ ଆବଶ୍ୟକୀୟ କ୍ଷେତ୍ରରେ ପ୍ରଶିକ୍ଷଣ ଗ୍ରହଣ କରିସାରିଛନ୍ତି, ଯାହାକି ସେମାନଙ୍କୁ କୌଶଳୀ କରିବା ସହ କୌଣସି ଅସୁବିଧାର ସାମ୍ନା ନକରି ଜୀବିକା ନିର୍ବାହ ପାଇଁ ମଧ୍ୟ ଏକ ଉପଯୁକ୍ତ ସୁଯୋଗ ପ୍ରଦାନ କରିଛି। ଏହି ପଦକ୍ଷେପ ପାଇଁ ସମ୍ବଲପୁର ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍) ଆର୍ଥିକ ଅନୁଦାନ ପ୍ରଦାନ କରିଛି। ସମ୍ବଲପୁର ମହାନଗର ନିଗମ ଦ୍ୱାରା ଏହାକୁ କାର୍ଯ୍ୟକାରୀ କରାଯାଇଛି। ଆଜି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ ‘ସମଲେଇ ଅଗରବତୀ ଉତ୍ପାଦନ କେନ୍ଦ୍ରର ଉଦ୍‌ଘାଟନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe