ସମ୍ବଲପୁର: ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ ସହ ଯୋଡ଼ି ହୋଇ ରହିଥିବା ବାଦୁଡ଼ି ଦ୍ୱୀପରେ ‘ଆଇଲ୍ୟାଣ୍ଡ କାଫେ ’ ଖୋଲାଯାଇଛି। ଶୁକ୍ରବାର ଠାରୁ ଏହି କାଫେର ଆରମ୍ଭ କରାଯାଇଛି। ଯାହାର ଫାଇଦା ବାଦୁଡ଼ି ଦ୍ବୀପ ବୁଲିବାକୁ ଯାଉଥିବା ପର୍ଯ୍ୟଟକ ଉଠାଇ ପାରିବେ। କ୍ରୁଜ୍ ସାହାଯ୍ୟରେ ୩୦ ମିନିଟ୍ ଧରି ହୀରାକୁଦ ଜଳଭଣ୍ଡାରରେ ଯାତ୍ରା କରି ଏହି ଦ୍ବୀପକୁ ଯିବାକୁ ପଡ଼ିବ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଗମନାଗମନର ବ୍ୟବସ୍ଥା କରାଯାଇଛି। କ୍ରୁଜ୍ ସହ ଜଳଖିଆ ବାବଦରେ ୨୫୦୦ ଟଙ୍କା ନିଆଯାଉଛି।
ଏହି ଦ୍ୱୀପରେ କିଛି ମତ୍ସ୍ୟଜୀବୀ ରହୁଛନ୍ତି। ଉକ୍ତ ‘ଆଇଲ୍ୟାଣ୍ଡ କାଫେ ’ରେ ସେହି ମତ୍ସ୍ୟଜୀବୀମାନଙ୍କୁ ନିୟୋଜିତ କରାଯାଇଥିବା ହୀରାକୁଦ ବନ୍ୟପ୍ରାଣୀ ଡିଏଫ୍ଓ ଅଂଶୁପ୍ରଜ୍ଞା ଦାସ କହିଛନ୍ତି। ପର୍ଯ୍ୟଟକମାନେ ମତ୍ସ୍ୟଜୀବୀମାନଙ୍କ ଠାରୁ ସିଧାସଳଖ ହୀରାକୁଦ ମାଛ କିଣିବାର ସୁଯୋଗ ମଧ୍ୟ ପାଇପାରିବେ।
Follow Us