ସମ୍ବଲପୁରରେ ଝାଡ଼ାବାନ୍ତି ପରେ ଜଣ୍ଡିସ ରୋଗୀ ଚିହ୍ନଟ

ସମ୍ବଲପୁରରେ ଝାଡ଼ାବାନ୍ତି ପରେ ଜଣ୍ଡିସ ରୋଗୀ ଚିହ୍ନଟ

jagaran

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଝାଡ଼ାବାନ୍ତି ରୋଗର ପ୍ରକୋପ ଥମି ନଥିବା ବେଳେ ଏବେ ଜଣେ ଯୁବକ ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ରହିଥିବା ଜଣାଯାଇଛି। ଦୂଷିତ ଜଳ ଜନିତ ଏହି ରୋଗ ମହାନଗରବାସୀଙ୍କୁ ଚିନ୍ତାରେ ପକାଇଥିବା ବେଳେ ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ସଂକ୍ରମଣ ରୋଗ ବିଶେଷଜ୍ଞ ଓ ଅନ୍ୟ ଅଧିକାରୀମାନେ ଗଣମାଧ୍ୟମ ସମ୍ମୁଖକୁ ଆସି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ସୂଚନା ଦେଇଛନ୍ତି। ତେବେ ସ୍ବଚ୍ଛ ପାନୀୟ ଜଳ ଏବେ ମହାନଗରବାସୀଙ୍କ ପାଇଁ ସ୍ବପ୍ନ ପାଲଟିଛି।

କୁଢ଼କୁଢ଼ ଆବର୍ଜନା ଓ ଗଳିକନ୍ଦିରେ ଥିବା ନାଳି ମହାନଗରରେ ଅସ୍ବାସ୍ଥ୍ୟକର ପରିବେଷଶ ସୃଷ୍ଟି କରୁଛି। ସେହିପରି ମହାନଗର ନିଗମ ଅଧୀନସ୍ଥ ଖାଦ୍ୟ ସୁରକ୍ଷା ବିଭାଗର ନିସ୍କ୍ରିୟତା ଓ ସ୍ଥାଣୁତା ଯୋଗୁଁ ପଚାଶଢ଼ା ଫଳମୂଳ ଓ ଅନ୍ୟାନ୍ୟ ଖାଦ୍ୟ ଖୋଲାଖୋଲି ଭାବରେ ବିକ୍ରି ହେଉଛି। ଏଭଳି ପରିସ୍ଥିତିରେ ମାମଲା ନିୟନ୍ତ୍ରଣ ବାହାରକୁ ଯିବା ପୂର୍ବରୁ ବିଶୁଦ୍ଧ ଜଳ ଯୋଗାଣ ପାଇଁ ବ୍ୟାପକ ପଦକ୍ଷେପ ନେବା ସହ ଆବର୍ଜନାମୟ ହୋଇ ରହିଥିବା ସହରକୁ ସବୁଜ, ସୁନ୍ଦର ଓ ସ୍ବାସ୍ଥ୍ୟକର କରିବା ପାଇଁ ଜରୁରୀକାଳୀନ ପଦକ୍ଷେପ ନେବାକୁ ସମ୍ବଲପୁର ବିଚାର ମଞ୍ଚର ଆବାହକ ବେଣୁଧର ଦାଶ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe