ଯଜ୍ଞବରାହ ମହାପ୍ରଭୁଙ୍କ ଜମି ବିକ୍ରି ମାମଲା:ଦୁର୍ନୀତି ଅଭିଯୋଗର ତଦନ୍ତ ଆରମ୍ଭ

ଯଜ୍ଞବରାହ ମହାପ୍ରଭୁଙ୍କ ଜମି ବିକ୍ରି ମାମଲା:ଦୁର୍ନୀତି ଅଭିଯୋଗର ତଦନ୍ତ ଆରମ୍ଭ

ସମ୍ବଲପୁର: ଯଜ୍ଞବରାହ ମହାପ୍ରଭୁଙ୍କ ଜମି ବିକ୍ରି ଓ ଟ୍ରଷ୍ଟବୋର୍ଡ ଦ୍ୱାରା ଆର୍ଥିକ ଅନିୟମିତତା ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି। ସମ୍ବଲପୁର ବିକାଶ ମଂଚ ଓ ସ୍ଥାନୀୟ ଲୋକେ କିଛି ଦିନ ତଳେ ଉତ୍ତରାଂଚଳ ଆର୍‌ଡିସିଙ୍କଠାରେ ଉପରୋକ୍ତ ଅଭିଯୋଗ ଆଣିିଥିଲେ। ଅଭିଯୋଗ ମିଳିବା ପରେ ଆର୍‌ଡିସି ମାମଲାର ତଦନ୍ତ ପାଇଁ ତାଙ୍କ ସଚିବ ବିଭୂତି ଭୂଷଣ ବେହେରାଙ୍କୁ ଦାୟିତ୍ୱ ଦେଇଛନ୍ତି। ପକ୍ଷ ରଖିବା ପାଇଁ ଅଭିଯୋଗକାରୀଙ୍କୁ ନୋଟିସ୍‌ ଦିଆଯାଇଥିଲା। ନୋଟିସ ମିଳିବା ପରେ ଏସ୍‌ଡିଏ ପୂର୍ବତନ ଅଧ୍ୟକ୍ଷ ଜୟବ୍ରତ ଦେ, ସମ୍ବଲପୁର ବିକାଶ ମଂଚର ଆବାହକ ଦେବାଶିଷ ପୁରୋହିତ, ପ୍ରବୀଣ ସିଂଦେଓ, ଅନୀତା ଓରାମ, ଏମ୍‌ବି ସତ୍ୟେନ, ପ୍ରବୀର ସିଂଦେଓ, ଭରତ ଦାସ, ରାଜୀବ ସିଂ, ମହେଶ ସୋନି, ଡଲି କଲେତ, ସୁନୀତା, ନିଲିମା ବେହେରା, ମନୋଜ ପଟ୍ଟନାୟକ, ଶିବ ମେହେର, ରାକେଶ ଓଝା, ଶିବ ମୁଣ୍ଡା ପ୍ରମୁଖ ଆର୍‌ଡିସିଙ୍କ ସଚିବ ଶ୍ରୀ ବେହେରାଙ୍କୁ ଭେଟି ନିଜ ପକ୍ଷ ରଖିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଯଜ୍ଞବରାହ ମହାପ୍ରଭୁଙ୍କ ଜମିରେ ଘର କରି ରହୁଥିବା କେତେକ ପରିବାରଙ୍କୁ ମାନ୍ୟବର ହାଇକୋର୍ଟର ନିର୍ଦେଶକ୍ରମେ ହଟାଇଯାଇଥିଲା। ସମ୍ବଲପୁର ବିକାଶ ମଂଚ ଓ ସ୍ଥାନୀୟ ଲୋକେ ସେମାନଙ୍କ ଥଇଥାନ ପାଇଁ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ଅପରପକ୍ଷରେ ମହାପ୍ରଭୁଙ୍କ ନାମରେ ଥିବା ଜମିକୁ ବିକ୍ରି କରାଯାଇଥିବା ବେଳେ ମନ୍ଦିରର ଉନ୍ନତି ପାଇଁ ତାହା ଖର୍ଚ ହୋଇନଥିବା, ଏପରିକି କାଗଜପତ୍ରରେ ବି ତାହା ଦର୍ଶାଯାଇ ନଥିବା ସଂକ୍ରାନ୍ତରେ ବିକାଶ ମଂଚ ପକ୍ଷରୁ ଅଭିଯୋଗ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe