ମା’ ସମଲେଶ୍ୱରୀଙ୍କ ହୁଣ୍ଡିରୁ ମିଳିଲା ଅଜବ ଚିଠି

ମା’ ସମଲେଶ୍ୱରୀଙ୍କ ହୁଣ୍ଡିରୁ ମିଳିଲା ଅଜବ ଚିଠି

ସମ୍ବଲପୁର: ଦାନହୁଣ୍ଡିରେ ପ୍ରେମ ପତ୍ର। କିଏ ସରକାରୀ ଚାକିରି ପାଇଁ ଗୁହାରି କରି ମା’ଙ୍କୁ ଚିଠି ଲେଖିଛି ତ, ପୁଣି କିଏ ପରୀକ୍ଷାରେ ପାସ୍ କରିବା ପାଇଁ ମା’ଙ୍କୁ ଗୁହାରି କରିଛି। ଗତକାଲି ସମ୍ବଲପୁର ମା’ ସମଲେଶ୍ୱରୀଙ୍କ ହୁଣ୍ଡି ଖୋଲାଯାଇ ଟଙ୍କା ଗଣତି ହୋଇଛି। ସେହି ହୁଣ୍ଡିରୁ ଏଭଳି କିଛି ଚିଠି ମିଳିଛି ।
ଜଣେ ଯୁବତୀ ତାଙ୍କ ବାହାଘର କିଭଳି ଭଲରେ ହେବ ସେନେଇ ମା’ଙ୍କୁ ଗୁହାରି କରିଛନ୍ତି। ଯୌତୁକରେ ତାଙ୍କ ବାପା ଗାଡ଼ି ନ ଦେଲେ ଶାଶୁଘର ଲୋକେ ଯେମିତି ନିର୍ଯାତନା ନ ଦେବେ ସେ ନେଇ ମା’ଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି ଯୁବତୀ। ସେହିପରି ଶାଶୂଘର ଲୋକଙ୍କୁ ସେ କିଭଳି ଖୁସିରେ ରଖିପାରିବେ ସେନେଇ ତାଙ୍କୁ ସହାୟ ହେବାକୁ ସେ ମା’ଙ୍କୁ ବି ନିବେଦନ କରିଛନ୍ତି।

ଦାନ ହୁଣ୍ଡିରୁ ଏଭଳି କିଛି ଅଜବ ଚିଠି ବାହାରିଥିବା ବେଳେ ସବୁଠି ଚର୍ଚ୍ଚା ଜାରି ରହିଛି। ମା’ଙ୍କ ପାଖରେ କିଏ ପିଲା ପାଇଁ ଗୁହାରି କରେ, ପୁଣି ଦୁଃଖ ହରଣ ପାଇଁ ମାନସିକ କରେ। ହେଲେ ଗତ କିଛି ବର୍ଷ ହେଲା ମା’ ସମଲେଇଙ୍କ ପାଖରେ ଶ୍ରଦ୍ଧାଳୁ କିଛି ଭିନ୍ନ ଢଙ୍ଗରେ ପତ୍ର ଲେଖି ଗୁହାରି କରୁଥିବାର କଥାସାମ୍ନାକୁ ଆସୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe