ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ କରି ପ୍ରେମିକ ଗିରଫ

Advertisment
ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ କରି ପ୍ରେମିକ ଗିରଫ

India Today

ବୁର୍ଲା: ଧମା ଖସୁଆପାଲି ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଦିନେଶ ମିର୍ଦ୍ଧା(୧୯) ନାମକ ଜଣେ ଯୁବକ ବୁର୍ଲା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ।

କେବଳ ସେତିକି ନୁହେଁ, ସେ କଥାବାର୍ତ୍ତା ହେଉଥିବା ବେଳେ ଯୁବତୀଙ୍କୁ ଅଶ୍ଳୀଳ ଭିଡିଓ କଲ୍‌ କରିବା ପାଇଁ କହିଥିଲେ। ଭିଡିଓକଲ୍‌ କରିବା ବେଳେ ଦିନେଶ ସ୍କ୍ରିନ୍‌ ରେକର୍ଡର୍‌ ମାଧ୍ୟମରେ ଯୁବତୀଙ୍କ ଅଶ୍ଳୀଳ ଭିଡିଓକୁ ରୋକର୍ଡିଂ କରିଦେଇଥିଲା। ତାପରେ ଉକ୍ତ ଭିଡିଓକୁ ଇନଷ୍ଟାଗ୍ରାମରେ ଭାଇରାଲ୍‌ କରିଥିବା ଅଭିଯୋଗ ହୋଇଛି।

ଦିନେଶ ଏପରି କାମ କରିଥିବା ଜାଣିବା ପରେ ଯୁବତୀଙ୍କ ପକ୍ଷରୁ ସୋମବାର ଦିନ ବୁର୍ଲା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଯୁବତୀ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ମାମଲାରେ ଏବେ ପୁଲିସ ଅଭିଯୁକ୍ତ ପ୍ରେମିକ ଧମା ଖସୁଆପାଲିର ଦୀନେଶ ମିର୍ଦ୍ଧା(୧୯)କୁ ଗିରଫ କରିଛି। ଅଭିଯୁକ୍ତକୁ ପୁଲିସ ମଙ୍ଗଳବାର କୋର୍ଟ ଚାଲାଣ କରିଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe