କରୋନା କଟକଣା କଡ଼ାକଡ଼ି କଲା ଏସଏମସି: ସମ୍ବଲପୁରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

Advertisment
କରୋନା କଟକଣା କଡ଼ାକଡ଼ି କଲା ଏସଏମସି: ସମ୍ବଲପୁରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

zeenews.india.com

ସମ୍ବଲପୁର: ସମ୍ବଲପୁରରେ କରୋନା ସଂକ୍ରମଣ ବଢ଼ୁଥିବାରୁ ସମ୍ବଲପୁର ମହାନଗରରେ ଏସଏମସି ପକ୍ଷରୁ କଟକଣାକୁ କଡ଼ାକଡ଼ି କରାଯାଇଛି। ଏନେଇ ଏସଏମସି ପକ୍ଷରୁ ଏକ ନୂଆ ନିର୍ଦେଶନାମା ଜାରି କରାଯାଇଛି। ସମ୍ବଲପୁରରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଯେଉଁମାନେ ବାହାରୁ ଆସିବେ ସେମାନେ ବି ମାସ୍କ ପିନ୍ଧିବେ ବୋଲି ନିର୍ଦେଶନାମାରେ କୁହାଯାଇଛି।
ଏଥିରେ ଆହୁରି ମଧ୍ୟ ଉଲ୍ଲେଖ ରହିଛି ଯେ ଠେଲା ଜଳଖିଆ, ଚା, ଲସି ଓ ଗୁପଚୁପ୍ ଆଦି ଦୋକାନୀଙ୍କୁ ଭିଡ଼ କରିବା ମନା। ଦୋକାନୀ ଭିଡ଼ ସମ୍ଭାଳି ନ ପାରିଲେ ଖାଦ୍ୟ ପାର୍ସଲ ଦେବାକୁ ପରାମର୍ଶ ଦିଆଯାଇଛି। କୌଣସି ସପିଙ୍ଗ ମଲ୍ ଓ ଦୋକାନରେ ଭିଡ଼ ନ କରିବାକୁ ମଧ୍ୟ କଡ଼ା ତାଗିଦ୍ କରାଯାଇଛି। ସିନେମା ହଲ୍, ଅଡିଟୋରିଅମ ଓ ଥିଏଟରରେ ପ୍ରତ୍ୟେକ ଲୋକ ଯେପରି ମୁହଁରେ ମାସ୍କ ପିନ୍ଧି ପ୍ରବେଶ କରିବେ ସେଥିପ୍ରତି ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି। ଠିକ୍ ସେହିପରି ସେଲୁନ୍ ଓ ସ୍ପାରେ ମଧ୍ୟ କରୋନା ନିୟମ ପାଳନ କରିବାକୁ କୁହାଯାଇଛି। ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ ଓ ସପିଂ ମଲରେ ସାମାଜିକ ଦୂରତା ରକ୍ଷା କରିବାକୁ ନିର୍ଦେଶ ଦିଆଯାଇଛି।

କୋଭିଡ଼ କଟକଣା ପାଳନ ହେଉଛି କି ନାହିଁ ତାହା ତଦାରଖ ପାଇଁ ଜଣେ ଲେଖାଏ ଦାୟିତ୍ବସଂପନ୍ନ ଅଧିକାରୀ ରଖିବାକୁ ସବୁ ମଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଛି। ଏସବୁ ନିୟମ ଭଙ୍ଗ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦେଶନାମାରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe