ମାଁ ସମଲେଶ୍ବରୀ ଯାତ୍ରା ଉତ୍ସବରେ ଯୋଗଦେଲେ ମନ୍ତ୍ରୀ

ସମ୍ବଲପୁର ଜିଲ୍ଲା ବାମରା ବ୍ଲକ କେଛୁପାଣି ଗ୍ରାମରେ ତିନି ଦିନ ଧରି ମାଁ ସମଲେଶ୍ୱରୀଙ୍କ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ୧୯୭୦ ମସିହାରୁ କ୍ରମାଗତ ଭାବରେ ବଏଲ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ୧୯୯୫ ମସିହାରୁ ମାଁଙ୍କର ମନ୍ଦିର ପ୍ରତିଷ୍ଠା ପରେ ଗ୍ରାମର କାଲୋ ଶ୍ରୀ ତୁଲାରାମ ପ୍ରଧାନ ପୂଜକ ରହିଛନ୍ତି।

sbp

ଗଡ଼ପୋଷ: ସମ୍ବଲପୁର ଜିଲ୍ଲା ବାମରା ବ୍ଲକ କେଛୁପାଣି ଗ୍ରାମରେ ତିନି ଦିନ ଧରି ମାଁ ସମଲେଶ୍ୱରୀଙ୍କ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମାଁ ସମଲେଶ୍ଵରୀ କମିଟିର ସ୍ଥାୟୀ ସଭାପତି କ୍ଷୀରୋଦ କୁମାର ସାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ସମାରୋହରେ କମିଟିର ସମ୍ପାଦକ ତଥା ଗାଁ ଗୌନ୍ତିଆ ସୁନୀଲ କୁମାର ନାଏକ, ଉପସଭାପତି ଉଦେଶ୍ବର ମହାନନ୍ଦ, ସହ ସମ୍ପାଦକ ସୁଗ୍ରୀ ବାଘ, କୋଷାଧ୍ୟକ୍ଷ ବିନୋଦ ବାଘ ଓ ଦୁର୍ଯ୍ୟୋଧନ ନାଏକ କାର୍ଯ୍ୟଭାର ତୁଲାଇଥିଲେ। 

ଗତ ୫ ତାରିଖ ଦିନ ଖଣ୍ଡାଧୁଆ, ବିଲ୍ଵ ବରଣ, କର୍ତ୍ତା ବରଣ, ସହକର୍ତ୍ତା ବରଣ, ଗୌନ୍ତିଆ ବରଣ, ପାଳଧରା ବରଣ, କଳସ ଯାତ୍ରା, ଆରତୀ ଓ ପୁଷ୍ପାଞ୍ଜଳି କରାଯାଇଥିଲା। ୬ ତାରିଖ ସୋମବାର ଦିନ ଚଣ୍ଡୀପାଠ ଓ ହୋମ କରାଯାଇ ଅନ୍ନଭୋଗ ଓ ପ୍ରସାଦ ବଣ୍ଟନ କରାଯାଇଥିଲା। ଦର୍ଶନ ନିମନ୍ତେ ମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।

ସନ୍ଧ୍ୟାରେ ବରୁଆ ବରଣ, ପାଳଧରା ବରଣ କରାଯାଇ ମାଁ ସମଲେଶ୍ୱରୀଙ୍କ ବରୁଆ ବେଶରେ ଛତର ଏବଂ ଖଣ୍ଡା ସାଙ୍ଗରେ ନେଇ ରାତ୍ରରେ ଗ୍ରାମ ପରିକ୍ରମଣ କରି ପ୍ରତ୍ୟେକ ପଡ଼ାର ଛକମାନଙ୍କରେ ପୂଜା ପାଇଥିଲେ। ପୂଜା ପାଇ ସାରିବା ପରେ ୭ ତାରିଖ ସକାଳେ ମାଁ ମନ୍ଦିରକୁ ଫେରିଥିଲେ ଏବଂ ବରୁଆ ପାଟଖଣ୍ଡା ଧରି ଚାଚେର ନୃତ୍ୟ କରିଥିଲେ। ମନୋସ୍କାମନା ପୂରଣ ସକାଶେ ବହୁ ମହିଳା, ପୁରୁଷ ମନ୍ଦିର ସାମନାରେ ଅଧିଆ ପଡ଼ିଥିଲେ। ସମସ୍ତଙ୍କର ଦୁଃଖ ଶୁଣିବା ପରେ ମାଁ ସମଲେଇ ମନ୍ଦିରକୁ ପ୍ରବେଶ କରିଥିଲେ। ମନୋରଞ୍ଜନ କାର୍ଯ୍ୟକ୍ରମରେ ରେକର୍ଡ଼ ଡ୍ୟାନସ, ସାଙ୍ଗକୁ ମାଁ ସେରାୱାଲି ସମ୍ବଲପୁରୀ ଅର୍କେଷ୍ଟ୍ରା ପାର୍ଟି ଦର୍ଶକଙ୍କ ମନ ମୋହିଥିଲା।

୧୯୭୦ ମସିହାରୁ କ୍ରମାଗତ ଭାବରେ ବଏଲ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ୧୯୯୫ ମସିହାରୁ ମାଁଙ୍କର ମନ୍ଦିର ପ୍ରତିଷ୍ଠା ପରେ ଗ୍ରାମର କାଲୋ ଶ୍ରୀ ତୁଲାରାମ ପ୍ରଧାନ ପୂଜକ ରହିଛନ୍ତି। ବରୁଆ ବେଶରେ ସୌକିଲାଲ ଡନସନା ଏବଂ ପୂଜକ ଭାବେ ଆଦିତ୍ୟ ପୁରୋହିତ, ମଣିଚନ୍ଦ୍ର ଦାସ ଦାଇତ୍ୱ ତୁଲାଇ ଥିଲେ। ଏହି ଉତ୍ସବରେ ମାନ୍ୟବର ମନ୍ତ୍ରୀ ରବି ନାରାୟଣ ନାଏକ ଯୋଗଦେଇ ମନ୍ଦିର ପାଇଁ ୩୦ ଡ଼ିସିମିଲ ଜମି ଦାନ ଦେଇଥିବା କେଛୁପାଣି ଗ୍ରାମର ଘନଶ୍ୟାମ ମାକର ଏବଂ ତାଙ୍କର ସ୍ତ୍ରୀ ପୂର୍ଣ୍ଣିମା ମାକରଙ୍କୁ ଯାତ୍ରା ମଞ୍ଚରେ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଏକ ଭବ୍ୟ ନୂତନ ମାଁ ସମଲେଶ୍ଵରୀ ମନ୍ଦିର ନିର୍ମାଣ ପାଇଁ  ୨୦ ଲକ୍ଷ ଟଙ୍କା ଅନୁଦାନ ଅର୍ଥ ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ।

 Sambalpur 

ରିପୋର୍ଟ: ସତୀଶ ମିଶ୍ର 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe