୩ ଥର ସମ୍ବଲପୁର ଆସିଲେଣି ନରେନ୍ଦ୍ର ମୋଦୀ

୩ ଥର ସମ୍ବଲପୁର ଆସିଲେଣି ନରେନ୍ଦ୍ର ମୋଦୀ

ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥରକୁ ମିଶାଇ ୩ ଥର ସମ୍ବଲପୁର ଆସିଲେଣି। ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ୨୦୧୪ ମସିହା ସାଧାରଣ ନିର୍ବାଚନ ସମୟରେ ପ୍ରଚାର ପାଇଁ ସମ୍ବଲପୁର ଆସିଥ‌ିଲେ। ସେତେବେଳେ ଅଇଁଠାପାଲି ପିଏଚ୍‌ଡି ପଡ଼ିଆରେ ନିର୍ବାଚନୀ ସଭାରେ ସାମିଲ ହୋଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ସେହି ସମୟରେ ସେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ। ସେହିପରି ୨୦୧୯ ମସିହାରେ ନିର୍ବାଚନ ସମୟରେ ସମ୍ବଲପୁର ଆସି ରେମେଡ଼ସ୍ଥିତ ଜଲାନ ପଡ଼ିଆରେ ଅନୁଷ୍ଠିତ ସଭାରେ ଯୋଗ ଦେଇଥିଲେ। ୨୦୨୧ ମସିହାରେ ସେ ଆଇଆଇଏମ୍‌ ସମ୍ବଲପୁର କ୍ୟାମ୍ପସର ଶିଳାନ୍ୟାସ କରିଥିଲେ। ମାତ୍ର, ଏଥର ସେ ସମ୍ବଲପୁର ନଆସି ଭର୍ଚୁଆଲ ମୋଡ଼ରେ ଏହାର ଶିଳାନ୍ୟାସ କରିଥିଲେ।

ଆଉ ୨୦୨୪ ନିର୍ବାଚନ ପୂର୍ବରୁ ଆଜି ସମ୍ବଲପୁର ଆସି ଆଇଆଇଏମ୍‌ ସମ୍ବଲପୁରର ନୂଆ କ୍ୟାମ୍ପସର ଲୋକାର୍ପଣ କରିବା ସହିତ ରେମେଡ଼ ପଡ଼ିଆରେ ବିଶାଳ ଗ୍ୟାରେଣ୍ଟି ସମାବେଶକୁ ଉଦ୍‌ବୋଧନ ଦେଇଛନ୍ତି। ସମ୍ବଲପୁରକୁ ମୋରାରାଜୀ ଦେଶାଇ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ପ୍ରମୁଖ ଆସିଥିଲେହେଁ ପ୍ରଧାନମନ୍ତ୍ରୀ ଥିବା ସମୟରେ ପଣ୍ଡିତ ଜବାହାରଲାଲ ନେହରୁ ସର୍ବାଧିକ ଥର ଏଠାକୁ ଆସିଛନ୍ତି। ସେ ହୀରାକୁଦ ବନ୍ଧର ଶିଳାନ୍ୟାସ, ମଝିରେ ଥରେ ନିର୍ମାଣ କାର୍ଯ୍ୟ ଅଗ୍ରଗତିର ନିରୀକ୍ଷଣ ଏବଂ ପ୍ରକଳ୍ପ ସଂପୂର୍ଣ୍ଣ ହେବା ପରେ ଲୋକାର୍ପଣ ପାଇଁ ଆସିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe