ବୁର୍ଲା ସହରରେ ବିଭତ୍ସ ହତ୍ୟାକାଣ୍ଡ; ଯୁବକଙ୍କୁ ମାରି ପେଟ୍ରୋଲ ପମ୍ପ ଛକରେ ଫିଙ୍ଗିଲେ ଦୁର୍ବୃତ୍ତ

Advertisment
ବୁର୍ଲା ସହରରେ ବିଭତ୍ସ ହତ୍ୟାକାଣ୍ଡ; ଯୁବକଙ୍କୁ ମାରି ପେଟ୍ରୋଲ ପମ୍ପ ଛକରେ ଫିଙ୍ଗିଲେ ଦୁର୍ବୃତ୍ତ

ବୁର୍ଲା: ବୁର୍ଲା ସହରରେ ବିଭତ୍ସ ହତ୍ୟାକାଣ୍ଡ। ଦୁର୍ବୃତ୍ତମାନେ ମିଶି ଜଣେ ଯୁବକଙ୍କୁ ହତ୍ୟା କରି  ପେଟ୍ରୋଲ ପମ୍ପ ଛକରେ ଫିଙ୍ଗି ଦେଇଛନ୍ତି। ତାହା ପୁଣି ବୁର୍ଲା ଥାନାରୁ କିଛି ମିଟର ବ୍ୟବଧାନରେ। ମୃତକ ଜଣକ ସମ୍ବଲପୁର ବିଶ୍ବବିଦ୍ୟାଳୟ ନିକଟସ୍ଥ ବସନ୍ତ ବିହାର ଅଞ୍ଚଳର ଉମାକାନ୍ତ ମେହେରଙ୍କ ପୁତ୍ର ରାମ ଚନ୍ଦ୍ର ମେହେର (୨୦ )। ଦୁର୍ବୁତ୍ତମାନେ ହତ୍ୟାକାଣ୍ଡ ଅନ୍ୟ କୌଣସି ସ୍ଥାନରେ ଘଟାଇ ମୃତଦେହକୁ ବାଇକର ଦୁଇ ଜଣଙ୍କ ମଧ୍ୟରେ ବସାଇ ନେଉଥିଲେ। ପ୍ରାଥମିକ ତଦନ୍ତରୁ ଏହି ହତ୍ୟାକାଣ୍ଡ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହୋଇଥିବା ଏବଂ ଏଥିରେ ତିନିରୁ ଅଧିକ ବ୍ୟକ୍ତି ସାମିଲ ଥିବା ପୁଲିସ୍ ସନ୍ଦେହ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe