ଆଜି ସମ୍ବଲପୁରରେ ବିଜେଡି ସୁପ୍ରିମୋଙ୍କ ହାଇଟେକ୍‌ ରୋଡ୍‌ ସୋ’, ହେଲିକପ୍ଟର ଯୋଗେ ରେଙ୍ଗାଲିଠାରେ ଲ୍ୟାଣ୍ଡ କରି ବସ୍‌ରେ କରିବେ ପ୍ରଚାର

Advertisment
ଆଜି ସମ୍ବଲପୁରରେ ବିଜେଡି ସୁପ୍ରିମୋଙ୍କ ହାଇଟେକ୍‌ ରୋଡ୍‌ ସୋ’, ହେଲିକପ୍ଟର ଯୋଗେ ରେଙ୍ଗାଲିଠାରେ ଲ୍ୟାଣ୍ଡ କରି ବସ୍‌ରେ କରିବେ ପ୍ରଚାର

ସମ୍ବଲପୁର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁରଠାରେ ତାଙ୍କର ହାଇଟେକ୍‌ ପ୍ରଚାର କରିବାର ଯୋଜନା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ଆଜି ଅପରାହ୍ନରେ ହେଲିକପ୍ଟର ଯୋଗେ ଆସି ସମ୍ବଲପୁରର ରେଙ୍ଗାଲିଠରେ ଲ୍ୟାଣ୍ଡ୍‌ କରିବେ। ରେଙ୍ଗାଲିରେ ନବୀନ ଆୟୋଜିତ ଏକ ସାଧାରଣ ସଭାରେ ଯୋଗ ଦେଇ ନିଜର ଅଭିଭାଷଣ ରଖିବା ପରେ ତାଙ୍କର ହାଇଟେକ୍‌ ପ୍ରଚାର ବସ୍‌ ଯୋଗେ ପ୍ରଚାର କରି କରି ଯାଇ ବରେଇପାଲି ଛକରେ ପହଞ୍ଚିବେ। ସେଠାରୁ ସେହି ବସ୍‌ ଯୋଗେ ନବୀନଙ୍କର ହୀରାକୁଦ ଯିବାର ଯୋଜନା ରହିଛି। ହୀରାକୁଦ ପରେ ବୁର୍ଲା ଯାଇ ସେଠାରୁ ସମ୍ବଲପୁର ଟାଉନ୍‌କୁ ଯିବେ ବିଜେଡି ସୁପ୍ରିମୋ। ଶେଷରେ ମାଆ ସମଲେଶ୍ୱରୀ ମନ୍ଦିରରେ ଦର୍ଶନ କରି ସମ୍ବଲପୁର ସର୍କିଟ ହାଉସ୍‌ରେ ତାଙ୍କର ରାତ୍ରୀ ଯାପନ କରିବାର ବନ୍ଦୋବସ୍ତ ହୋଇଛି।

ତେବେ, ଜାଣିିବାକୁ ମିଳିଛି ଯେ ନବୀନ ତାଙ୍କ ହାଇଟେକ୍‌ ବସ୍‌ରେ ବୁଲି ସମ୍ବଲପୁରର ପ୍ରାୟ ସମସ୍ତ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ। ସମ୍ବଲପୁର ଲୋକସଭା ପ୍ରାର୍ଥୀ ନଳୀନିକାନ୍ତ ପ୍ରଧାନଙ୍କ ସହିତ ରେଙ୍ଗାଲୀ ବିଧାନସଭା ପ୍ରାର୍ଥୀ ରୀନା ତନ୍ତି, ସମ୍ବଲପୁର ବିଧାନସଭା ପାର୍ଥୀ ଡାକ୍ତର ରାଶେଶ୍ୱରୀ ପାଣିଗ୍ରାହୀଙ୍କ ପାଇଁ ଭୋଟ୍‌ ମାଗିରେ ବିଜେଡି ସୁପ୍ରିମୋ। ଏହା ବ୍ୟତୀତ ସମ୍ବଲପୁରର ଛେଣ୍ଡିପଦା, ଆଠମଲ୍ଳିକ, ଦେବଗଡ଼, ରେଢାକଲ ଆଦି ନିର୍ବାଚନ ମଣ୍ଡଳି ବୁଲି ସେଠକାର ଦଳୀୟ ପ୍ରାର୍ଥୀଙ୍କ ସକାଶେ ମଧ୍ୟ ପ୍ରଚାର ଯୋଜନା ରହିଛି। ସେ ପୂର୍ବ ରାଲିଗୁଡ଼ିକ ପରି ବସ୍‌ରେ ବସି ପ୍ରଚାର କରି କରି ଯିବେ। ଛକ କିମ୍ବା ଲୋକ ଥିବା ସ୍ଥାନରେ ତାଙ୍କ ସିଟ୍‌ରୁ ଉପରକୁ ଉଠି ପ୍ରଚାର କରିବେ ନବୀନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe