ଶିଶୁ ନିର୍ଯ୍ୟାତନା ବିରୋଧରେ ସ୍ୱର ଉଠାନ୍ତୁ: କୈଲାଶ ସତ୍ୟାର୍ଥୀ

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ‘ଏକଷ୍ଟ୍ରାମୁରାଲ ଲେକ୍‌ଚର୍‌’ରେ ଦେଲେ ୩-ଡି ମନ୍ତ୍ର

ଶିଶୁ ନିର୍ଯ୍ୟାତନା ବିରୋଧରେ ସ୍ୱର ଉଠାନ୍ତୁ: କୈଲାଶ ସତ୍ୟାର୍ଥୀ

ସମ୍ବଲପୁର: ନିଜ ପାରିପାର୍ଶ୍ୱିକ ଅଞ୍ଚଳରେ ଶିଶୁମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ବିରୋଧରେ ସମସ୍ତେ ସ୍ୱର ଉତ୍ତୋଳନ କରିବା ଦରକାର ଅଛି। ଶିଶୁ ନିର୍ଯ୍ୟାତନା ବିରୋଧରେ ହେଉଥିବା ଆନ୍ଦୋଳନରେ ଛାତ୍ର ସମାଜ ସାମଲି ହୁଅନ୍ତୁ ବୋଲି ଗୁରୁବାର ନୋବେଲ ଶାନ୍ତି ପୁରସ୍କାର ପ୍ରାପ୍ତ କୈଳାଶ ସତ୍ୟାର୍ଥୀ କହିଛନ୍ତି। ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରେକ୍ଷାଳୟରେ ଅନୁଷ୍ଠିତ ‘ଏକଷ୍ଟ୍ରାମୁରାଲ ଲେକ୍‌ଚର୍‌’ରେ ଅଭିଭାଷଣ ଦେଇ ସତ୍ୟାର୍ଥୀ ଶିଶୁମାନଙ୍କ ପାଇଁ ନିଜ ଜୀବନକୁ ଦେଇଥିବା ସମୟ ଉପରେ କହିଥିଲେ। ୧୯୯୦ରେ ଶିଶୁ ସୁରକ୍ଷା ପରେ ଶୈଶବ ଶିକ୍ଷାରୁ ପ୍ରେରଣା ପାଇଁ ଶିଶୁଙ୍କ ଅଧିକାର ପାଇଁ ଆଜି ମଧ୍ୟ ଲଢ଼ାଇ କରୁଛନ୍ତି ବୋଲି ସତ୍ୟାର୍ଥୀ କହିଥିଲେ।

publive-image

ସମାରୋହରେ ‘ବଚପନ୍‌ ଆନ୍ଦୋଳନ’ର ପୁରୋଧା କୈଳାଶ ସତ୍ୟାର୍ଥୀ ‘୩-ଡି’କୁ ତାଙ୍କ ଭାଷାରେ ବ୍ୟାଖ୍ୟା କରିଥିଲେ। ସେ କହିଥିଲେ, ଡ୍ରିମ୍‌, ଡିସ୍‌କଭର ଓ ଡୁ ହେଉଛି ଆଜିର ୩ଡି। ଡ୍ରିମ୍‌-ଏପରି ସ୍ୱପ୍ନ ଦେଖନ୍ତୁ, ଯାହାକୁ ଜୀବିତ କରିପାରିବେ। ସମସ୍ତେ ସ୍ୱପ୍ନ ଦେଖନ୍ତୁ ଓ ଏହାକୁ ବିସ୍ତାର କରିବାକୁ ଉଦ୍ୟମ କରନ୍ତୁ। ଡିସ୍‌କଭରକୁ ବର୍ଣ୍ଣନା କରିବାକୁ ଯାଇ ସେ କହିଥିଲେ, ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ଅନ୍ତର୍ନିହିତ ଶକ୍ତି ଅଛି, ମାତ୍ର ଏହାକୁ ଲୋକଲୋଚନକୁ ଆଣିବା ଦରକାର। ଭାବନାକୁ ଉଦ୍‌ଜିବିତ କରନ୍ତୁ ବୋଲି ସେ ପରାମର୍ଶ ଦେଇଥିଲେ। ସେହିପରି ‘ଡୁ’ର ଅର୍ଥ ତାଙ୍କ ଭାଷାରେ ହେଲା-ଦୃଢ଼ ମନୋବଳ ସହିତ କୌଣସି କାମ କଲେ ସଫଳତା ସୁନିଶ୍ଚିତ ମିଳିବ।

ସାମାଜିକ କର୍ମୀ କୈଳାଶ ଶିଶୁ ନିର୍ଯ୍ୟାତନ ଓ ଚାଇଲ୍ଡ ଟ୍ରାଫିକିଙ୍ଗ୍‌ ସମ୍ପର୍କରେ ଅନେକ ଉଦାହରଣ ଦେଇଥିଲେ। ଶିଶୁ ନିର୍ଯ୍ୟାତନା ଓ ଚାଇଲ୍ଡ ଟ୍ରାଫିକିଙ୍ଗ୍‌ରୁ ବହୁତ ଶିକ୍ଷା ମିଳିଛି। ଏଥିରୁ ପ୍ରେରଣା ପାଇ ଶିଶୁମାନଙ୍କ ପାଇଁ କିଛି କରିବାକୁ ଲକ୍ଷ୍ୟ ରଖିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe