ବିଦ୍ୟାଭାରତୀ ଅଖିଳ ଭାରତୀୟ ଖେଳକୁଦରେ ରାଜ୍ୟ ପାଇଁ ଗୌରବ ଆଣିଲେ ଅନିନ୍ଦ୍ୟ

Advertisment
ବିଦ୍ୟାଭାରତୀ ଅଖିଳ ଭାରତୀୟ ଖେଳକୁଦରେ ରାଜ୍ୟ ପାଇଁ ଗୌରବ ଆଣିଲେ ଅନିନ୍ଦ୍ୟ

କଟକ : ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ ବିଦ୍ୟାଭାରତୀ ଦ୍ୱାରା ଆୟୋଜିତ ଜାତୀୟ ଆଥଲେଟିକ ମିଟରେ ଚମକିଛନ୍ତି  ଓଡ଼ିଆ ପୁଅ।  ହରିୟାଣାର କୁରୁକ୍ଷେତ୍ରରେ ଅନୁଷ୍ଠିତ ଅଖିଳ ଭାରତୀୟ ଖେଳକୁଦ ସମାରୋହ -୨୦୨୨ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ବ କରୁଥିବା ଅନିନ୍ଦ୍ୟ ସୁନ୍ଦର ମହାନ୍ତି ୧୧୦ ମିଟର ହର୍ଡଲ୍ସରେ ପ୍ରଥମ ସ୍ଥାନ ହାସଲ କରି ରାଜ୍ୟ ଲାଗି ଗୌରବ ଆଣିଛନ୍ତି। ସେ ସ୍ଥିରୀକୃତ ଦୂରତାକୁ ୧୮.୦୯ ସେକେଣ୍ଡରେ ଅତିକ୍ରମ କରି ଏହି ସଫଳତା ପାଇଛନ୍ତି। ଜାତୀୟ କ୍ରୀଡ଼ା ଫେଡେରେସନ୍ ସ୍ବୀକୃତ ଏହି ପ୍ରତିଯୋଗିତାରେ ସଫଳତା ଅନିନ୍ଦ୍ୟଙ୍କୁ ପରବର୍ତ୍ତୀ ସମୟରେ ରାଜ୍ୟ ଓ ଦେଶର ପ୍ରତିନିଧିତ୍ବ କରିବାର ସୁଯୋଗ ଆଣିଦେବ ବୋଲି ଆଶା ପ୍ରକାଶ ପାଇଛି।

କଟକ ଗତିରାଉତପାଟଣାସ୍ଥିତ ସରସ୍ୱତୀ ବିଦ୍ୟାମନ୍ଦିର ଆବାସିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଅନିନ୍ଦ୍ୟଙ୍କୁ ଏହି ସଫଳତା ଲାଗି ବିଦ୍ୟାଳୟର  ଉପାଧ୍ୟକ୍ଷ  ତଥା ପ୍ରଧାନ ଆଚାର୍ଯ୍ୟ  ସନ୍ତୋଷକୁମାର ପଣ୍ଡା ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ଅନୁଷ୍ଠାନ ସହ ସଂଶ୍ଳିଷ୍ଟ ସମସ୍ତ ଅଧ୍ୟାପକ, ଛାତ୍ର ଓ କର୍ମଚାରୀ ଏବଂ ଓଡ଼ିଶା  ଶିକ୍ଷା ବିକାଶ ସମିତି ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି। ଉଲ୍ଲେଖଯୋଗ୍ୟ, ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ ବିଦ୍ୟାଭାରତୀ ସହ ସହବନ୍ଧିତ ସମସ୍ତ ସରସ୍ବତୀ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀଙ୍କୁ ନେଇ ପ୍ରତିବର୍ଷ ଆଥଳେଟିକ୍ ମିଟ୍ ଅନୁଷ୍ଠିତ ହୋଇଥାଏ। ପ୍ରକାଶ ଥାଉ କି, ଆନିନ୍ଦ୍ୟସୁନ୍ଦର ସମ୍ବଲପୁର ହୀରାକୁଦ ଭିଏସଏସ କଲୋନୀ ନିବାସୀ ଅମର କୁମାର ମହାନ୍ତି ଏବଂ କମଳା ପ୍ରଧାନଙ୍କ ସୁପୁତ୍ର ଅଟନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe