ଓଲଟିଲା ଟ୍ୟାଙ୍କର: ଯେତେ ପାରିଲେ ସେତେ ଲୁଟିଲେ... ଗରା, ବାଲଟିରେ ପେଟ୍ରୋଲ, ଡିଜେଲ ଘରକୁ ବୋହିନେଲେ

New Project (1)

ଯୁଯୁମୁରା: ଯୁଯୁମୁରା ଥାନା ୫୫ ନମ୍ବର ଜାତୀୟ ରାଜପଥର କୟାକୁଦ ଛକ ନିକଟରେ ଆଜି ହୋଇଗଲା ‘ତେଲ ଲୁଟ’ ର ମଞ୍ଚ। ପେଟ୍ରୋଲ ଓ ଡିଜେଲ ବୋଝେଇ ଯାଉଥିବା ଏକ ଭାରି ଟ୍ୟାଙ୍କର ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ସହ ରାସ୍ତାରେ ତେଲ ବହିବାକୁ ଲାଗିଲା। ଆଉ ତେଲ ବୋହୁଥିବା ଦେଖି ସଙ୍ଗେସଙ୍ଗେ ଗରା, ବାଲଟି, ବୋତଲ ନେଇ ଆଖି ପିଛୁଳାକେ ଭିଡ଼ିଗଲେ ଲୋକେ। ଚାହୁଁଚାହୁଁ ଲୁଟି ନେଲେ ତେଲ । ସୁରକ୍ଷାର ଆଶଙ୍କା, ଭୟ କିଛିକୁ ଧ୍ୟାନ ନଦେଇ ‘ଯେତେ ପାରିବୁ ସେତେ ଲୁଟିବୁ’ ନ୍ୟାୟରେ ଲୁଟିଲେ ପେଟ୍ରୋଲ-ଡିଜେଲ।

New Project (2)

ଘଟଣାସ୍ଥଳରେ ଯୁଯୁମୁରା ପୁଲିସ ପହଞ୍ଚିବା ସମୟରେ, ଟ୍ୟାଙ୍କରର ତେଲର ଅଧା ସାଧାରଣ ଲୋକ ନେଇ ସାରିଥିଲେ । ଏହି ଘଟଣାରେ ଟ୍ୟାଙ୍କର ଚାଳକ କଟକ ଜିଲ୍ଲା ଡୁମେରବରେଇର ପ୍ରମୋଦ ସାହୁ(୪୨)ଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ଅଣ୍ଟାରେ ମଧ୍ୟ ମାଡ଼ ହୋଇଛି । ପ୍ରମୋଦଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ଟ୍ୟାଙ୍କର ଓଲଟିବାରୁ ହୋଇଥିବା ତେଲ ଲୁଟ ଅଞ୍ଚଳରେ ଭାରି ଚର୍ଚ୍ଚାରେ ପରିଣତ ହୋଇଛି । ତେଲ ବୋଝେଇ ଟ୍ୟାଙ୍କର(ଡବ୍ଲୁବି ୨୯ ବି ୯୨୭୯) ଜଟଣିରୁ କତରବଗା ଅଞ୍ଚଳକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା।

New Project (3)

ରିପୋର୍ଟ- ବିଜୟ ସ୍ବାଇଁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe