ବୃଦ୍ଧଙ୍କୁ ବୀଭତ୍ସ ହତ୍ୟା!:ଜୁରାପାଲିରେ ଉତ୍ତେଜନା

Advertisment
ବୃଦ୍ଧଙ୍କୁ ବୀଭତ୍ସ ହତ୍ୟା!:ଜୁରାପାଲିରେ ଉତ୍ତେଜନା

ଗଡ଼ପୋଷ: ସମ୍ବଲପୁର ଜିଲ୍ଲା ଗଡ଼ପୋଷ ଫାଣ୍ଡି ରବଗା ପଞ୍ଚାୟତ ଜୁରାପାଲି ଗାଁରେ ଜଣେ ବୃଦ୍ଧଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଏନେଇ ଗାଁରେ ବୁଧବାର ଦିନ ତମାମ ଉତ୍ତେଜନା ଲାଗି ରହିଥିଲା। ଗାଁରେ ଏକୁଟିଆ ରହୁଥିବା ମହେନ୍ଦ୍ର ଲୁହା (୫୬)ଙ୍କୁ ହତ୍ୟା କରାଯାଇଛି। ମଂଗଳବାର ତାଙ୍କ ଗଳିତ ଶବକୁ ପୁଲିସ୍‌ ଜବତ କରିଥିଲା। ମହେନ୍ଦ୍ରଙ୍କ ରକ୍ତ ଭିଜା ଶରୀର ମଶାରୀ ଦ୍ୱାରା ଘୋଡ଼ା ଯାଇଥିଲା। ଶବ ଉପରେ ୨/୩ଟି ଚାଦର ଘୋଡ଼ା ହୋଇଥିଲା। ପରେ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଏହାକୁ ଏକ ଅପମୃତ୍ୟୁ ବୋଲି ଦର୍ଶାଇଥିଲେ। ଫଳରେ ମଂଗଳବାର ରାତିଠାରୁ ଆଜି ଯାଏ ଉତ୍ତେଜନା ଲାଗି ରହିଥିଲା। ମଂଗଳବାର ସଂଧ୍ୟା ହୋଇଥିବାରୁ ଫାଣ୍ଡି ଅଧିକାରୀ ସୁବେଦୀ ମୋହନ ପ୍ରଧାନ ଚାଲି ଯାଇଥିଲେ।

ବୁଧବାର ବ୍ୟବଚ୍ଛେଦ ପାଇଁ ଶବକୁ ପଠାଉଥିବା ବେଳେ ଲୋକେ ତାଙ୍କୁ ଘେରି ଯାଇଥିଲେ। ହତ୍ୟା ଅଭିଯୁକ୍ତକୁ ଗିରଫ କରିବାକୁ ଦାବି କରିଥିଲେ। ଉତ୍ତେଜନା ବୃଦ୍ଧି ପାଇବାରୁ ଗୋବିନ୍ଦପୁର ଥାନାଧିକାରୀ ବିଶ୍ୱପତି ପଣ୍ଡା, ଏଏସଆଇ ପ୍ରଦୀପ ସେଠ, ଏଏସଆଇ ଜେ. କିଷାନ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ସଂଧାନୀ କୁକୁର ଆସି ଘଟଣାସ୍ଥଳରେ ବୁଲାବୁଲି କରିଥିଲା। ଏପଟେ ଦୀର୍ଘ ୫ ଘଣ୍ଟା ଆଲୋଚନା ହେବା ପରେ ଲୋକେ ଶବକୁ ନେବା ପାଇଁ ରାଜି ହୋଇଥିଲେ। ଦାବି ସଂପର୍କରେ ସେମାନେ ଏସ୍‌ପି ପ୍ରତିଶ୍ରୁତି ଦିଅନ୍ତୁ ବୋଲି କହିଥିଲେ। ପୁଲିସ ଶବକୁ ଗୋବିନ୍ଦପୁର ଡାକ୍ତରଖାନାରେ ରଖିଥିବା ବେଳେ ଗୁରୁବାର ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ। ମୃତକଙ୍କ ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ପରିବାର ରାଜଗାଂଗପୁରରେ ରହୁଥିବା ଜଣାପଡ଼ିଛି। ମୃତକଙ୍କ ଡାହାଣ ଆଖିରେ ଧାରୁଆ ଅସ୍ତ୍ରରେ ଆଘାତ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe