ହୀରାକୁଦରେ ଝାଡ଼ାବାନ୍ତି: ଆଉଜଣଙ୍କ ପ୍ରାଣହାନି, ମୃତ୍ୟୁସଂଖ୍ୟା ୪ରେ ପହଞ୍ଚିଲା

ହୀରାକୁଦରେ ଝାଡ଼ାବାନ୍ତି: ଆଉଜଣଙ୍କ ପ୍ରାଣହାନି, ମୃତ୍ୟୁସଂଖ୍ୟା ୪ରେ ପହଞ୍ଚିଲା

ହୀରାକୁଦ: ହୀରାକୁଦ ଅଞ୍ଚଳରେ ଝାଡ଼ାବାନ୍ତିରେ ଆଉଜଣଙ୍କ ପ୍ରାଣହାନି ଘଟିଛି। ଏହାଫଳରେ ମୃତ୍ୟୁସଂଖ୍ୟା ୪ରେ ପହଞ୍ଚିଛି। ମୃତକ ହେଲେ ମେହେନ୍ତରପଡ଼ା ଅଞ୍ଚଳର ବିମଳା ସୁନା (୬୦)। କିଛିଦିନ ତଳେ ବିମଳା ହୀରାକୁଦ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ। ଗୁରୁତର ହେବାରୁ ତାଙ୍କୁ ଭିମସାରକୁ ସ୍ଥାନାନ୍ତରିତ କରାଯାଇଥିଲା। ଗତକାଲି ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା।

ଏବେ ବି ୩୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିବା ବେଳେ ଏବେ ମଧ୍ୟ କିଛି ଲୋକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। କାମରେ ଅବହେଳା ପାଇଁ ୩ଜଣକୁ ନିଲମ୍ବିତ କରିଛି ଜନସ୍ୱାସ୍ଥ୍ୟ ବିଭାଗ। ସେମାନେ ହେଲେ ବେଣୁଧର ବିଶ୍ବାଳ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ହରେକୃଷ୍ଣ ପ୍ରଧାନ। ଜନସ୍ବାସ୍ଥ୍ୟ ବିଭାଗ ୩ ଜଣ ତଳିଆ କର୍ମଚାରୀଙ୍କୁ ନିଲମ୍ବନ କରିଥିବା ବେଳେ ଦାୟିତ୍ବରେ ଥିବା ଯନ୍ତ୍ରୀ ଓ ଅଧିକାରୀମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ହୀରାକୁଦର ସଚେତନ ନାଗରିକ ମହଲରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe