କ୍ରେଡିଟ୍ କାର୍ଡ ନାଁରେ ଆଉ ଜଣେ ଠକେଇର ଶିକାର

ମୟୂରଭଞ୍ଜ ଡିଏମ୍‌ଏଫ୍‌ ଟଙ୍କା ହଡ଼ପ: ଜିଲ୍ଲାପାଳଙ୍କ ଜାଲ୍‌ ଦସ୍ତଖତରେ ନେଇଗଲେ ୯.୭୬ କୋଟି

blog.ipleaders.in

ସମ୍ବଲପୁର: ସମ୍ବଲପୁରରେ ସାଇବର୍‌ ଠକେଇ ସଂଖ୍ୟା କମିବା ନାଁ ନେଉନାହିଁ। ଅଇଁଠାପାଲି ଅଞ୍ଚଳର ଆଉ ଜଣେ ବ୍ୟକ୍ତି କ୍ରେଡିଟ୍‌କାର୍ଡ ନାଁରେ ସାଇବର୍‌ ଠକେଇର ଶିକାର ହୋଇଛନ୍ତି। ତାଙ୍କ ଆକାଉଣ୍ଟରେ ସାଇବର୍‌ ଠକ ଲକ୍ଷାଧିକ ଟଙ୍କା ଠକି ନେଇଛି।
ସୂଚନା ଅନୁଯାୟୀ, ଗୌନ୍ତିଆପଡ଼ାର ଦିନେଶ ଜେନାଙ୍କ ପାଖକୁ କାଲି ଅପରାହ୍ଣରେ ଏକ ଅଜଣା ନମ୍ବରରୁ କଲ୍‌ ଆସିଲା। କଲ୍‌ କରିଥିବା ବ୍ୟକ୍ତି ଜଣକ ବ୍ୟାଙ୍କ୍‌ରୁ କହୁଛି ବୋଲି ପରିଚୟ ଦେଇଥିଲା ଏବଂ ଆପଣଙ୍କ କ୍ରେଡିଟ୍‌ କାର୍ଡରେ ଆନ୍ତର୍ଜାତିକ ଟ୍ରାନ୍‌ଜେକସନ୍‌ ଆକ୍‌ଟିଭେଟେଡ୍‌ ହୋଇଯାଇଥିବା କହିଥିଲା। ତାକୁ ତୁରନ୍ତ ଡିଆକଟିଭେଟ୍‌ କରନ୍ତୁ, ନଚେତ ତାଙ୍କୁ ଟଙ୍କା ଦେବାକୁ ପଡ଼ିବ ବୋଲି ଡରାଇଥିଲା। ଡିଆକ୍‌ଟିଭ୍‌ କରିବା ପାଇଁ ସେ ଏକ ଲିଙ୍କ୍‌ ଦିନେଶଙ୍କ ପାଖକୁ ପଠାଇଥିଲା। ଲିଙ୍କ୍‌ କ୍ଲିକ୍‌ କରିବା ପରେ ବ୍ୟାଙ୍କ୍‌ ପେଜ୍‌ ଖୋଲି ଯାଇଥିଲା। ଉକ୍ତ ବ୍ୟକ୍ତି କହିବା ଅନୁଯାୟୀ ଦିନେଶ ସେହି ପେଜ୍‌ରେ ସବୁ ତଥ୍ୟ ପ୍ରଦାନ କରିଥିଲେ।
ତା ପରେ ଉକ୍ତ ବ୍ୟକ୍ତି ଜଣକ ତାଙ୍କ ମୋବାଇଲ୍‌ ଫୋନ୍‌ ହ୍ୟାକ୍‌ କରି ନେଇଥିଲା। ନିଜେ ଓଟିପି ଜେନେରେଟ୍‌ କରିବା ସହ ୨ଥର ତାଙ୍କ ଆକାଉଣ୍ଟରୁ ଟଙ୍କା କାଟି ନେଇଥିଲା। ପ୍ରଥମ ଥର ୫୦ ହଜାର ଟଙ୍କା ଓ ଦ୍ବିତୀୟ ଥର ତାଙ୍କ ଆକାଉଣ୍ଟରୁ ୪୯ ହଜାର ୯ ଶହ ୯୦ ଟଙ୍କା କାଟି ନେଇଥିଲା। ତା ସହିତ ତାଙ୍କ କ୍ରେଡିଟ୍‌ କାର୍ଡରୁ ୧୧ ଶହ ଟଙ୍କା କାଟି ନେଇଥିଲା। ଠକେଇର ଶିକାର ହୋଇଥିବା ଜାଣିବା ପରେ ସେ ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଅଇଁଠାପାଲି ଥାନା ଅଞ୍ଚଳରେ ରହୁଥିବା ଆଉ ଜଣେ ଯୁବତୀ ସୋମବାର ଦିନ ପାର୍ଟ ଟାଇମ୍‌ ଚାକିରି ନାଁରେ ୫୫ ହଜାର ଟଙ୍କା ଠକେଇର ଶିକାର ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe