ଦୁର୍ଘଟଣାରେ ପୁଲିସ୍‌ ଅଫିସର ଆହତ

Advertisment
ଦୁର୍ଘଟଣାରେ ପୁଲିସ୍‌ ଅଫିସର ଆହତ

ସମ୍ବଲପୁର:ଶୁକ୍ରବାର ଅପରାହ୍‌ଣ ୩ଟାରେ ରିଂରୋଡ୍‌ରେ ଏକ ସଡ଼କ ଦୁର୍ଘଟଣାରେ ବୁର୍ଲା ଥାନାର ପୁଲିସ୍‌ ସବ୍‌ ଇନ୍‌ସପେକ୍ଟର ପୁଷ୍ପା ମାଝୀ ଆହତ ହୋଇଛନ୍ତି। ପୁଷ୍ପା ବୁର୍ଲାରୁ ନିଜର ଜଣେ ସଂର୍ପକୀୟା ଯୁବତୀଙ୍କ ସହିତ ଏକ ସ୍କୁଟିରେ ରିଂରୋଡ଼ ଦେଇ ସମ୍ବଲପୁର କୋର୍ଟକୁ ଆସୁଥିଲେ। ସମ୍ବଲପୁର ମାରଓ୍ଵାଡ଼ି ପଡ଼ା ଘାଟ ନିକଟରେ ଭାରସାମ୍ୟ ହରାଇବାରୁ ସ୍କୁଟି ତଳେ ପଡ଼ି ଯାଇଥିଲା। ଫଳରେ ସ୍କୁଟିରେ ଥିବା ଦୁଇ ଜଣ ଯାକ ଆହତ ହୋଇ ଯାଇଥିଲେ। ସେହି ରାସ୍ତାରେ ଆସୁଥିବା ଯୁବନେତା ଦୀପକ ପାଣ୍ଡେ ନିଜ କାର୍‌ରେ ସେମାନଙ୍କୁ ସଦର ଡାକ୍ତରଖାନା ଆଣି ଚିକିତ୍ସା କରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe