ଶିକ୍ଷଣ ଉପଲବ୍ଧି ପ୍ରରୀକ୍ଷଣ ନମୁନା ପ୍ରଶ୍ନପତ୍ରରେ ତ୍ରୁଟି

ଶିକ୍ଷଣ ଉପଲବ୍ଧି ପ୍ରରୀକ୍ଷଣ ନମୁନା ପ୍ରଶ୍ନପତ୍ରରେ ତ୍ରୁଟି

ଯୁଯୁମୁରା : ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଟିଇ ଆଣ୍ଡ ଏସ୍‌ସିଇଆର୍‌ଟି) ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଶିକ୍ଷଣ ଉପଲବ୍ଧି ପରୀକ୍ଷଣ ନମୁନା ପ୍ରଶ୍ନପତ୍ରରେ ତ୍ରୁଟି ଥିବା ଦେଖାଯାଇଛି। ପଞ୍ଚମ ଶ୍ରେଣୀ ଭାଷା, ଗଣିତ ଓ ପରିବେଶ ଅଧ୍ୟୟନ ବିଷୟକୁ ନେଇ ପ୍ରସ୍ତୁତ ପ୍ରଶ୍ନପତ୍ରର ‘ସେଟ୍‌-କ’ରେ ଏହି ତ୍ରୁଟି ପରିଲକ୍ଷିତ ହୋଇଛି। ସେଟ୍‌-କ ଗଣିତ ବିଭାଗ ‘ଖ’ରେ ଦିଆଯାଇଥିବା ପ୍ରଶ୍ନ ନମ୍ବର ୧୯ରେ ଏହି ତ୍ରୁଟି ଦେଖାଯାଇଛି।

ପ୍ରଶ୍ନଟି ଏପରି ରହିଛି ‘ଜୋଶେଫ ଦୋକାନରୁ ୨ଟି ବ୍ୟାଟ୍‌ ଓ ୩ଟି ବଲ୍‌ କିଣିଲେ ଦୋକାନୀକୁ କେତେ ଟଙ୍କା ଦେବେ?’ ବ୍ୟାଟ୍‌ର ମୂଲ୍ୟ ୫୭୦ ଟଙ୍କା ଓ ବଲ୍‌ର ମୂଲ୍ୟ ୧୦୦ ଟଙ୍କା ରହିଛି। ଏହି ପ୍ରଶ୍ନ ତଳେ ଯେଉଁ ୪ଟି ସମ୍ଭାବ୍ୟ ଉତ୍ତର ଦିଆଯାଇଛି ସେଥି ମଧ୍ୟରେ ପ୍ରକୃତ ଉତ୍ତର ନାହିଁ। ଯାହାକୁ ନେଇ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେଉଥିବା ଶିକ୍ଷକ ଓ ଅଭିଭାବକ ଦ୍ବନ୍ଦ୍ବରେ ପଡ଼ୁଛନ୍ତି। ଶିକ୍ଷାର୍ଥୀଙ୍କୁ ଶିକ୍ଷଣରେ ସହାୟତା କରିବା ପାଇଁ ଉଦ୍ଦିଷ୍ଟ ଏହି ପ୍ରଶ୍ନପତ୍ରରେ ଏପରି ତ୍ରୁଟିକୁ ନେଇ ଉଭୟ ଶିକ୍ଷକ ଓ ଅଭିଭାବକ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ ତୃତୀୟ, ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପଠନବୋଧ ଦକ୍ଷତା ଜାଣିବା ପାଇଁ ଏହି ପରୀକ୍ଷା ଉଦ୍ଦିଷ୍ଟ। ସମଗ୍ର ରାଜ୍ୟର ଶିକ୍ଷାର୍ଥୀଙ୍କ ପାଇଁ ଏହି ନମୁନା ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଛି। ତେବେ ଏହି ପରୀକ୍ଷା ଗୋଟିଏ ଦିନ ସମଗ୍ର ରାଜ୍ୟରେ କରାଯିବ। ପରୀକ୍ଷା ପୂର୍ବରୁ ଏହା ଏକ ଅଭ୍ୟାସ ପ୍ରଶ୍ନପତ୍ର ବୋଲି କୁହାଯାଉଛି। ଆଗକୁ ହେବାକୁ ଥିବା ପରୀକ୍ଷାରେ ଯେପରି ତ୍ରୁଟିଶୂନ୍ୟ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ମତପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe